Below header

ସବୁଠୁ ଶସ୍ତା ସ୍ମାର୍ଟଫୋନ Lava Z1ର ପ୍ରଥମ ସେଲ୍‌ ଆଜି, ଦାମ୍‌ ମାତ୍ର ୪,୯୯୯ ଟଙ୍କା

ଘରୋଇ କମ୍ପାନୀ ଲାଭା ଚଳିତ ମାସ ଆରମ୍ଭରୁ ହିଁ ଏକାସାଥିରେ ଚାରୋଟି ନୂଆ ସ୍ମାର୍ଟଫୋନ ଏବଂ ଗୋଟିଏ ଫିଟନେସ୍‌ ବ୍ୟାଣ୍ଡ ଲଞ୍ଚ କରିଥିଲା। ଫୋନ୍‌ ବ୍ୟତୀତ ଲାଭା MyZ ନାମକ ଏକ ସେବା ବି ଆରମ୍ଭ କରିଛି। ଏହି ସେବା ଦ୍ୱାରା ପୁରୁଣା ଫୋନକୁ ବହୁତ କମ୍‌ ଦାମରେ ଅଧିକ ରାମ, କ୍ୟାମେରା ଏବଂ ଷ୍ଟୋରେଜ୍‌ ସହିତ ମୋଡିଫାଏ କରି ପାଇପାରିବେ। ଲାଭା ଯେଉଁ ଫୋନ୍‌ ଭାରତରେ ଲଞ୍ଚ୍‌ କରିଛି ସେଥିରେ ଲାଭା Lava Z1, Z2, Z4 ଏବଂ Z6 ସାମିଲ୍‌ ରହିଛି। ଏଥିମଧ୍ୟରୁ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ଲାଭାର ଆଜି ପ୍ରଥମ ସେଲ୍‌।

ଲାଭା Z1 ସ୍ପେସିଫିକେସନ୍‌

ଲାଭାର ଏହି ଫୋନ୍‌ ଏକ ଏଣ୍ଟ୍ରି ଲେବଲ ଫୋନ୍‌, ଯେଉଁଥିରେ ୨ ଜିବି ରାମ ସହିତ ୧୬ ଜିବି ଷ୍ଟୋରେଜ୍‌ ଦିଆଯାଇଛି। ଏହି ଫୋନରେ ୫ ଇଞ୍ଚ୍‌ ଡିସପ୍ଲେ ରହିଛି, ଯେଉଁଥିରେ ଗୋରିଲା ଗ୍ଲାସ ୩ ପ୍ରୋଟେକସନ୍‌ ଦିଆଯାଇଛି। ଫୋନରେ ମିଡିୟାଟେକ ହିଲିୟୋ A20 ପ୍ରୋସେସର ରହିଛି।
Lava Z1ରେ କନେକ୍ଟିଭିଟୀ ପାଇଁ 4G LTE, ବ୍ଲୁଟୁଥ, 3.5ଏମଏମର ହେଡଫୋନ ଜାକ୍‌ ଏବଂ 3100mAh ବ୍ୟାଟେରୀ ରହିଛି। କ୍ୟାମେରା ବିଷୟରେ କହିବା ତ Lava Z1ରେ ୫ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଫୋନ ୫ ମ୍ୟାଗ୍ନେଟ ସ୍ପିକର ମଧ୍ୟ ରହିଛି। Lava Z1ର ଦାମ୍‌ ଟଙ୍କା ରହିଛି। ଏଥିପାଇଁ ଏହା ଭାରତରେ ବିକ୍ରି ହେବାକୁ ଯାଉଥିବା ଚଳିତ ବର୍ଷର ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ ଅଟେ। ଲାଭା ଦାବି କରିଛି ଯେ ଏହି ଫୋନକୁ ସମ୍ପୂର୍ଣ୍ଣ ଭାବରେ ଭାରତରେ ଡିଜାଇନ୍‌ କରାଯାଇଛି।

Lavl Zup ପ୍ରୋଗ୍ରାମ୍‌

Lavl Zup ପ୍ରୋଗ୍ରାମର ଆରମ୍ଭ ମଧ୍ୟ ଆଜିଠାରୁ ହେଉଛି। ଏହି ପ୍ରୋଗ୍ରାମ ଅନୁଯାୟୀ ଆନଣ ନିଜ ଲାଭାର ପୁରୁଣା ଫୋନକୁ ନୂଆ ଫିଚର୍ସ ସହିତ ବହୁତ ଶସ୍ତା ଦାମରେ ଅପଗ୍ରେଡ୍‌ କରିପାରିବେ। ଏହି ସୁବିଧା ଆପଣଙ୍କୁ ଫୋନ୍‌ କିଣିବାର ଗୋଟେ ବର୍ଷ ଭିତରେ ହିଁ କରିବାକୁ ହେବ। ଏହି ପ୍ରୋଗ୍ରାମ ପାଇଁ ଆପଣଙ୍କୁ ଲାଭାର େଓ୍ଵବସାଇଟକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ ଏବଂ ନିଜର ନିକଟସ୍ଥ ଲାଭା ଷ୍ଟୋରରୁ ଚୟନ କରିପାରିବେ। ଏହପରେ ଆପଣ ନିଜ ପୁରୁଣା ଫୋନରେ ରାମ, ଷ୍ଟୋରେଜ୍‌, କ୍ୟାମେରା ଏବଂ କଲରକୁ ନେଇ ପରିବର୍ତ୍ତନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.