ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ: ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ  

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଧୋୟା ଅଞ୍ଚଳର ପେତପଡା ଗ୍ରାମରେ ଅଘଟଣ । ଗତକାଲି ସଂଧ୍ୟାରେ ଗ୍ୟାସ୍ ଟାଙ୍କି ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩ଟି ପରିବାରର ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ଘଟଣାରୁ ଜଣାପଡିଛି ଯେ, ପେତପଡା ଗ୍ରାମର ବାବୁରାମ ଦାସ,କେଶବ ଦାସ,ଦୂତୀ ପରିଡାଙ୍କର ୪ ବଖରା ଘର ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଯାଇଛି। ଘର ଭିତରେ ଥିବା ଧାନ,ଚାଉଳ,ଆସବାବପତ୍ର ସମେତ ସମସ୍ତ ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ରୋଷେଇ ସମୟରେ ଗ୍ୟାସ୍ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.