Below header

ଭେଣ୍ଟିଲେଟର ଏବଂ ମାସ୍କ ପ୍ରସ୍ତୁତ କରିବା ପରେ ମହିନ୍ଦ୍ରା କମ୍ପାନୀ ପ୍ରସ୍ତୁତ କଲା ‘ଏୟାରସୋଲ ବକ୍ସ’, କରୋନା ସଂକ୍ରମଣରେ ଲଗାଇବ ରୋକ୍‌

ମହିନ୍ଦ୍ର ଆଣ୍ଡ ମହିନ୍ଦ୍ରା କମ୍ପାନୀ ଭାଇରସ ସହିତ ଲଢିବା ପାଇଁ ଭେଣ୍ଟିଲେଟର, ଫେସ୍‌ ସିଲ୍ଡ ଏବଂ ଫେସ ମାସ୍କ ପ୍ରସ୍ତୁତ କରିବା ପରେ ଏକ ନୂଆ ଯନ୍ତ୍ର ନିର୍ମାଣ କରିବାକୁ ଯାଉଛି। ଏହି ନୂଆ ଯନ୍ତ୍ରକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରର ଟିମ ଆମେରିକାରେ ଡିଜାଇନ କରିଛନ୍ତି। ଏବେ ଏହାକୁ କମ୍ପାନୀ ନାସିକ ପ୍ଲାଣ୍ଟରେ ଆରମ୍ଭ କରିବାକୁ ଯାଉଛି। ଏହି ଯନ୍ତ୍ର ‘ଏୟାରସୋଲ ବକ୍ସ’ ମେଡିକାଲ ଟିମକୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବ।

box

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏମଡି ଡା. ପଓ୍ଵନ ଗୋୟଙ୍କା ଏହାର ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି। ଏପର୍ଯ୍ୟନ୍ତ ୮୦ ହଜାର ଏପରି ଫେସ ଦେଶର ଚିକିତ୍ସା କର୍ମଚାରୀଙ୍କୁ ବାଣ୍ଟି ସାରିଲାଣି ମହିନ୍ଦ୍ରା। ଏୟାରସୋଲ ବକ୍ସକୁ ଓ୍ଵାଟରଜେଟ ସାହାଯ୍ୟରେ ବହୁତ କମ୍‌ ସମୟରେ ପ୍ରସ୍ତୁତ କରାଯାଇପାରିବ। ଏହାର ଲିକ ପ୍ରୁଫ ଡିଜାଇନ ଡାକ୍ତର ଏବଂ ନର୍ସଙ୍କୁ ରୋଗୀଙ୍କ ଝିଙ୍କକାଶ ପଡିବାରୁ ସୁରକ୍ଷା ଦେବ।

mahindra

ଏହାକୁ କରୋନା ଭାଇରସ ସହିତ ଲଢିବା ପାଇଁ ପ୍ରସ୍ତୁତ କରାଯାଇଛି। ମହିନ୍ଦ୍ରା କମ୍ପାନୀ ଏହା ଦେଶରେ ଥିବା ଭିନ୍ନ ଭିନ୍ନ ୮ଟି ପ୍ଲାଣ୍ଟରେ ଏହାକୁ ତିଆରି କରୁଛି। କମ୍ପାନୀର ଏଭଳି ପ୍ରୟାସକୁ ବହୁତ ପ୍ରଶଂସା କରାଯାଉଛି। ସୂଚନାଯୋଗ୍ୟ, ଏହାଛଡା କମ୍ପାନୀ ଏଆଇଆର ୧୦୦ ନାମକ ଏକ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରିଥିଲା, ଯାହାର ଟେଷ୍ଟିଂ ଏପର୍ଯ୍ୟନ୍ତ ଜାରି ରହିଛି। ଯାହାର ପ୍ରାରମ୍ଭିକ ମୂଲ୍ୟ ୭,୫୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.