କଣ୍ଟେନରରେ ଭର୍ତ୍ତି କରି ଚାଲାଣ କରୁଥିଲେ ୩୮ ଲକ୍ଷର ମଦ, ରାସ୍ତା ଭୁଲିଯିବାରୁ ଧରିଲା ପୋଲିସ

କରୋନା ସ୍ଥିତିକୁ ଏଡାଇବାକୁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଏବେ ସବୁ ଦୋକାନ ବଜାର ବନ୍ଦ ରହିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକମାନେ ଖାଇବାକୁ ପାଉନଥିବା ବେଳେ ମଦୁଆମାନେ କିନ୍ତୁ ମଦ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଛତିଶଗଡ଼ର କବର୍ଧା ନିକଟସ୍ଥ ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଏକ ମଦ ଭର୍ତ୍ତି କଣ୍ଟେନର ଜବତ କରିଛନ୍ତି। ଏହି କଣ୍ଟେନରରେ ୭୯୯ ପେଟି ମଦ ରହିଥିଲା। ପୋଲିସ ମଦ ସହ ଗାଡ଼ିକୁ ମଧ୍ୟ ଜବତ କରି ସମ୍ପୃକ୍ତ ଯୁବକକୁ ଗିରଫ କରିଛି। ଜବତ ମଦର ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ।

kawardha-liq

ପୋଲିସ ସୂଚନା ମୁତାବକ, ମଧ୍ୟପ୍ରଦେଶର ଧାର ଜିଲ୍ଲାରୁ ମାର୍ଚ୍ଚ ୧୯ ତାରିଖରେ କଣ୍ଟେନର ପିବି ୬୫ ଏବି ୧୧୨୧ରେ ୮୦୦ ପେଟି ମଦ ଭର୍ତ୍ତି କରି ପଠାଯାଇଥିଲା। ଏପ୍ରିଲ ୪ ଭିତରେ ଏହି ମଦକୁ ଅରୁଣାଚଳ ପ୍ରଦେଶରେ ଡେଲିଭରି କରିବାର ଥିଲା। କିନ୍ତୁ ଡ୍ରାଇଭର ନସିବ ସିଂହ ଏହାକୁ ଛତିଶଗଡ଼ ରାସ୍ତାରେ ନେଉଥିଲା। ଏହି ସମୟରେ ଲକଡାଉନ ହୋଇଯାଇଥିଲା। ଏହି ଗାଡିର ପାସ ମଧ୍ୟ ଏହି ରୁଟ ପାଇଁ ନଥିବାରୁ ସେ ଗାଡିକୁ ରାସ୍ତାରେ ଠିଆ କରିଥିଲା। ଏହି ସମୟରେ କିଛି ମଦୁଆ ତାଙ୍କ ଗାଡ଼ିରୁ ମଦ ପିଇଦେଇଥିବା ସେ କହିଛନ୍ତି।

ପୋଲିସ କହିବାନୁସାରେ ଡ୍ରାଇଭର ରବିବାର ଦିନ ଏହି ମଦକୁ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଅବକାରୀ ବିଭାଗ ଓ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.