୨୬୦୦ ବର୍ଷ ପୁରୁଣା ଏହି ବୌଦ୍ଧ ମନ୍ଦିର ସମ୍ପୂର୍ଣ୍ଣ ରୂପରେ ସୁନାରେ ତିଆରି, ମୁକୁଟରେ ଲାଗିଛି ୫୦୦୦ ହୀରା

ଦୁନିଆର ବିଭିନ୍ନ କୋଣରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। କେଉଁଠାରେ ହିନ୍ଦୁ ତ ଆଉ କେଉଁଠି ମୁସଲମାନ ତ ଆଉ କୋଉଠି ଶିଖ। କିନ୍ତୁ ଦୁନିଆରେ ଏକ ଦେଶ ଏମିତି ବି ଅଛି ଯେଉଁଠାରେ କେବଳ ବୌଦ୍ଧ ଧର୍ମାବଲମ୍ବୀ ବାସ କରନ୍ତି। ଏହି ଦେଶର ନାଁ ହେଉଛି ମିଆଁମାର। ମିଆଁମାରର ସବୁ ଜାଗାରେ ବୁଦ୍ଧଙ୍କ ମନ୍ଦିର ଦେଖିବାକୁ ମିଳେ।

ସବୁମନ୍ଦିର ମଧ୍ୟରେ ସେଠାକାର ଶ୍ୱେଡ଼ାଗୋନ ପଗୋଡ଼ାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଶୁଭ ପଗୋଡ଼ା ବୋଲି କୁହାଯାଏ। ୧୧୨ଫୁଟ ଉଚ୍ଚ ଏହି ମନ୍ଦିରର ପଗୋଡ଼ା ସମ୍ପୂର୍ଣ୍ଣ ଭାବେ ସୁନାରେ ତିଆରି। କେବଳ ଏତିକି ନୁହେଁ ଏହାର ମୁଣ୍ଡିରେ ଲାଗିଥିବା ଏକ ମୁକୁଟରେ ୫୦୦୦ରୁ ଅଧିକ ହୀରା ଓ ୨୦୦୦ରୁ ଊର୍ଦ୍ଧ୍ଵ ରୁବି ରତ୍ନ ଖଚିତ ହୋଇଛି।

The Great Dagon Pagoda with its pilgrims | © all rights rese… | Flickr

ଦୁନିଆର ସର୍ବପୁରାତନ ଏହି ବୌଦ୍ଧ ସ୍ତୁପର ବିଶେଷତ୍ୱ ହେଉଛି ଏଠାରେ ବୁଦ୍ଧଦେବଙ୍କର ୮ଟି କେଶ ରହିଛି। ଏହି ମନ୍ଦିର ପ୍ରାୟ ୨୬୦୦ ବର୍ଷ ପୁରୁଣା ବୋଲି କୁହାଯାଏ, ମାତ୍ର ପ୍ରକୃତରେ ଏହା କେବେ ନିର୍ମିତ ହୋଇଛି ତାହାର କୌଣସି ପ୍ରମାଣ ନାହିଁ।

Myanmar | Facts, Geography, & History | Britannica

ମିଆଁମାରରେ ଏଭଳି ଅନେକ ରୋଚକ କଥା ଅଛି ଯାହା ଅନ୍ୟ ଦେଶଠାରୁ ଏହାକୁ ନିଆରା ପ୍ରମାଣିତ କରିଥାଏ। ଯଥା ଏଠାକାର ମହିଳାମାନେ ନିଜ ବେକକୁ ଲମ୍ବା କରିବାକୁ ତଥା ସୁନ୍ଦର ଦେଖାଯିବାକୁ ୫ ବର୍ଷ ବୟସରୁ ହିଁ ବେକରେ ଧାତୁରେ ତିଆରି ଚୁଡ଼ି ପିନ୍ଧିଥାନ୍ତି। ଏଠାକାର ଗର୍ଭବତୀ ମହିଳାଙ୍କୁ କଦଳୀ ଓ ଲଙ୍କା ଖାଇବାକୁ ବାରଣ କରାଯାଇଥାଏ। କୁହାଯାଏ ଯେ କଦଳୀ ଖାଇଲେ ଶିଶୁର ଶରୀର ବହୁତ ବଢିଯାଏ ଓ ଲଙ୍କା ଖାଇଲେ ଚୁଟି ଉଠିବାରେ ବାଧା ଉପୁଜେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.