ରାଜ୍ୟର ଆଉ ୫ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ, ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ବର: ରାଜ୍ୟର ଆଉ ୫ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ । ଅନୁଗୁଳ, ବରଗଡ଼, ଜଗତସିଂହପୁର, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ସୁନ୍ଦରଗଡ଼, ବରଗଡ଼ ଓ ନବରଙ୍ଗପୁରରେ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ ହୋଇଛି ।

covid-19covid-19ସେହିପରି ତାଳଚେରରେ ୧୫୦ ଓ ଜଗତସିଂହପୁର କୋଭିଡ୍‌ ହସ୍ପିଟାଲରେ ୭୫ଟି ବେଡ୍‌ ରହିଛି । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରମନ୍ତ୍ରୀ, ଉନ୍ନୟନ କମିଶନର ଓ 5-T ସଚିବ ପ୍ରମୁଖ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.