ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ରିକ୍ସାରେ ପ୍ରସବ କଲେ ମହିଳା, ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ମାତ୍ର କିଛି ଦୂରରେ ଘଟିଛି ଏଭଳି ଘଟଣା

ଭଦ୍ରକ: ରିକ୍ସାରେ ପ୍ରସବ କଲେ ମହିଳା । ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାତ୍ର କିଛି ଦୂରରେ ଏଭଳି ଘଟଣା ଘଟିଛି । ଚାନ୍ଦବାଲି ଭୂଇଁ ବୃତ୍ତି ପଞ୍ଚାୟତ ନୂଆଗାଁ ଗାଁର ରଜତ ଦାସଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ଭଦ୍ରକ ରେଫର କରିଦେଲେ ।

babyଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଠିକ୍‌ ଭାବେ ଚିକିତ୍ସା ନ କରି କଟକ ନେଇଯିବାକୁ କହିଥିଲେ । ଲକ୍‌ଡାଉନ ଯୋଗୁ କଟକ ନେବାକୁ ଗାଡି ନ ମିଳିବାରୁ ମହିଳାଙ୍କୁ ରିକ୍ସା ସାହାଯ୍ୟରେ ପାଖରେ ଥିବା ଏକ ଘରୋଇ ନର୍ସିଂହୋମକୁ ନେବାକୁ ସ୍ଥିର କରିଥିଲେ ପରିବାର ଲୋକେ । କିନ୍ତୁ ନର୍ସିଂହୋମକୁ ଆଣିବା ସମୟରେ ଅଧାବାଟରେ ରିକ୍ସାରେ ମହିଳା ଜଣଙ୍କ ପ୍ରସବ କରିଛନ୍ତି । ନିର୍ସିଂହୋମରେ ଏବେ ନବଜାତର ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.