Below header

ଭାରତରେ ଖୋଲିଲା ଏସିଆର ସବୁଠୁ ବଡ଼ ମେଟା ଅଫିସ୍‌, ଭିତରର ଫଟୋ ଦେଖିଲେ ମନ ଖୁସି ହୋଇଯିବ

ଭାରତରେ ନୂଆ ଅଫିସ୍‌ ଖୋଲିଛି ମେଟା (ଯାହାର ନାଁ ପ୍ରଥମେ ଫେସ୍‌ବୁକ୍‌ ଥିଲା)। ଦିଲ୍ଲୀର ଗୁରୁଗ୍ରାମ୍‌ରେ ନୂଆ ଅଫିସର ଶୁଭାରମ୍ଭ କରିଛି ମେଟା। ଏହା ଏସିଆର ସବୁଠୁ ବଡ଼ ମେଟା ଅଫିସ। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ମେଟାର ଏହି ନୂଆ ଅଫିସର ଉଦ୍‌ଘାଟନ କରିଛନ୍ତି।

୧,୩୦,୦୦୦ ବର୍ଗ ଫୁଟ୍‌ ବିଶିଷ୍ଟ ଏହି ୬ ତାଲା ବିଲ୍ଡିଂ ଏସିଆରେ ମେଟାର ପ୍ରଥମ ଷ୍ଟାଣ୍ଡଏଲୋନ୍‌ ଫ୍ୟାସିଲିଟି ଥିବା ଅଫିସ। ମେଟାର ଲକ୍ଷ୍ୟ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବା ଓ ଦୁନିଆକୁ ଏକାସଙ୍ଗେ ଏକଜୁଟ୍‌ କରିବା। ସାରା ବିଶ୍ୱରେ ମେଟାର ଅଫିସ୍‌ଗୁଡ଼ିକୁ ଏହି ମିଶନ୍‌ ଅନୁସାରେ ଡିଜାଇନ୍‌ କରାଯାଇଛି। ମେଟାର ନୂଆ ମୁଖ୍ୟାଳୟ ଓପନ୍‌ ଫ୍ଲୋର ପ୍ଲାନ୍‌ ଓ ଅନ୍‌ଫିନିସଡ ଲୁକ୍‌ ସହ ନିର୍ମିତ ହୋଇଛି। ୨୦୧୦ରେ ହାଇଦ୍ରାବାଦରେ ପ୍ରଥମ ଅଫିସ୍‌ ଖୋଲିଥିଲା ମେଟା। ସେବେ ଠାରୁ କମ୍ପାନୀର ଅଭିବୃଦ୍ଧି ହୋଇ ଚାଲିଛି।

ଏ ଅବସରରେ ଫେସ୍‌ବୁକ୍‌ ଇଣ୍ଡିଆ (ମେଟା)ର ଭାଇସ୍‌ ପ୍ରେସିଡେଣ୍ଟ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଅଜିତ ମୋହନ କହିଛନ୍ତି, ଦେଶରେ ଆମ ସବୁଠୁ ବଡ଼ ଟିମ୍‌ ରହିବ। ଏହି ଅଫିସ ପରିବର୍ତ୍ତନ ଚାହୁଁଥିବା ପ୍ରତିଟି ବ୍ୟକ୍ତିଙ୍କ ପାଇଁ ସବୁବେଳେ ଖୋଲା ଅଛି। ସି ଫାଇନ୍‌ ସହ ମିଶି ମେଟା ଟେକ୍ନୋଲୋଜି ଦୁନିଆରେ ନୂଆ ରିସର୍ଚ୍ଚ କରିବ। ଏହା ଦ୍ୱାରା ଶିକ୍ଷା, ଅର୍ଥନୀତି ଓ ସ୍ୱାସ୍ଥ୍ୟ ସୁବିଧା ଆଦି ଦିଗରେ ଏଆର ଓ ବିଆର ଭଳି ଟେକ୍ନୋଲୋଜିର ବ୍ୟବହାରକୁ ବଢ଼ାଯିବ। ଏହି ସେଣ୍ଟର ମହିଳା ଓ ଶିଶୁଙ୍କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ କାମ କରିବ।


୨୦୦୬ ମସିହାରେ ମେଟା ଫେସ୍‌ବୁକ୍‌ ନାଁରେ ଭାରତରେ କମ୍ପାନୀ ଆରମ୍ଭ କରିଥିଲା। ସେହି ସମୟରେ କମ୍ପାନୀର ୧.୫ କୋଟି ୟୁଜର୍ସ ଥିଲେ। ଏବେ ଏହି ସଂଖ୍ୟା ବଢ଼ି ୪୦ କୋଟି ହୋଇଛି। ପ୍ରକାଶ ଯେ ମେଟା ଅଧୀନରେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ଵାଟ୍ସଆପ୍‌ କାମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.