କେନ୍ଦୁଝର: ଗାଈ ନେଇ ଆସୁଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୪ଟି ଗୋରୁଙ୍କ ସହ ଜଣଙ୍କ ମୃତ୍ଯୁ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଡଙ୍ଗପାଣି ନିକଟରେ ଥିବା ଜାତୀୟ ରାଜପଥ ୪୯ରେ ଗାଈ ନେଇ ଆସୁଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ୪ଟି ଗୋରୁ ଓ ଜଣେ ଗାଈଆଳ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତି କରାଯାଇଛି ।

ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଆଜି ସକାଳ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.