ଆସନ୍ତା କାଲି ଲଞ୍ଚ ହେବାକୁ ଯାଉଛି Mi TV ୱେବକାମ, ମାତ୍ର ୨୫୦୦ ଟଙ୍କାରେ ମିଳିବ ଏହି ସବୁ ଫାଇଦା

ଆସନ୍ତା ଜୁନ ୨୪ ତାରିଖ ଅର୍ଥାତ ଗୁରୁବାର Mi TV ନିଜ ୱେବକାମ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । Mi TV ଇଣ୍ଡିଆ ପକ୍ଷରୁ ଆକାଉଣ୍ଟ କରିଆରେ ଏବାବଦରେ ସୂଚନା ଦିଆଯାଇଛି । Mi ଏହି ନୂଆ ପ୍ରଡକ୍ଟ ନିଜ ସ୍ମାର୍ଟ ଟିଭି ପାଇଁ ଏକ ଏକ୍ସସରି ଭାବେ ଲଞ୍ଚ କରିବାକୁ ଯାଉଛି । ଯାହା ସାହାଯ୍ୟରେ ୟୁଜର୍ସ ମାନେ ଫୁଲ HD ଭିଡିଓ କଲ କରିପାରିବେ । Mi TV ୱେବକାମରେ 3D ନୟାଜ ରୀଡକ୍ସନ ସମେତ ଫାରଫିଲ୍ଡ ମାଇକ୍ରୋଫୋନ୍ସ ସୁବିଧା ମିଳିପାରିବ ।

କରୋନା ସମୟରେ ସାଧାରଣତଃ ଲୋକେ ଘରେ ଅଧିକାଂଶ ସମୟ ବିତାଉଥିବାରୁ ସାଙ୍ଗସାଥି, ବନ୍ଧୁପରିଜନଙ୍କ ସହ ଦେଖା କରି ପାରୁନଥିବାରୁ ହିଁ ଏବେ ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ୱେବକାମ ପାଲଟିଛି । କମ୍ପାନୀ ଏହା ମଧ୍ୟ କହିଛିଯେ ଏକ୍ସଟରନାଲ ୟୁନିଟ ଗୁଗୁଲ Duo ଜରିଆରେ ଫୁଲ HD ଭିଡିଓ କଲ ପାଇଁ ସପୋର୍ଟ କରିବ । ଟ୍ୱିଟ ବ୍ୟତୀତ ଲଞ୍ଚ ପାଇଁ Mi TV ୱେବକାମ ଏକ ଡ଼େଡ଼ିକେଟେଡ଼ ମାଇକ୍ରୋସାଇଟ ବି ପ୍ରସ୍ତୁତ କରିଛନ୍ତି ।

ଏହି ସାଇଟରେ MiTVର ଡୁଆଲ ଫିଲ୍ଡ ମାଇକ୍ରୋଫୋନ୍ସ ଓ ଫିଜିକାଲ ପ୍ରାଇଭେସି ସଟରକୁ ବି ଦେଖାଯାଇପାରିବ । ଏହି ଡ଼ିଭାଇସରେ ଟିଭିରେ କ୍ଲିକ କରିବା ପାଇଁ ଏକ ଗ୍ରିପ ବି ଦିଆଯାଇଛି । ଲଞ୍ଚ ହେବାକୁ ଯାଉଥିବା ଏହି ୱେବକାମ ମାତ୍ର ୨୫୦୦ଟଙ୍କା ଭିତରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.