ପୁଣି ଫେରିବାକୁ ଯାଉଛି Micromax, ନୂଆ ସବ୍‌ ବ୍ରାଣ୍ଡ “In” ଜରିଆରେ କରିବ ବଜାର ପ୍ରବେଶ

ଚୀନ ସ୍ମାର୍ଟଫୋନ କମ୍ପାନୀ ଯୋଗୁଁ ମାଇକ୍ରୋମାକ୍ସ କିଛିସମୟ ପାଇଁ ଭାରତୀୟ ମାର୍କେଟରୁ କିଛି ଦିନ ଉଭାନ ହୋଇଯାଇଥିଲା। ଏବେ କିନ୍ତୁ କମ୍ପାନୀ ଭାରତୀୟ ମାର୍କେଟକୁ ଫେରିବାକୁ ଯାଉଛି ବୋଲି କମ୍ପାନୀ ସିଇଓ କୋ ଫାଉଣ୍ଡର ରାହୁଲ ଶର୍ମା ଏକ ଭିଡିଓ ଜାରି କରି କହିଛନ୍ତି।

ଏହି ଭିଡିଓରେ ରାହୁଲ କହିଛନ୍ତି, ଚାଇନିଜ ମୋବାଇଲ କମ୍ପାନୀ ମୋତେ ମୋ ଦେଶରେ ହିଁ ପଛକୁ ନେଇଗଲେ। କିନ୍ତୁ ଯାହା ହେଲା କିଛି ଠିକ୍‌ ହେଲା ନାହିଁ। ଏହାଛଡା ମାଇକ୍ରୋମାକ୍ସ ଏକ ନୂଆ ‘In’ ସବ୍‌ବ୍ରାଣ୍ଡ ସହିତ ଭାରତୀୟ ବଜାରକୁ ଫେରିବାକୁ ଚାହୁଁଛି। କମ୍ପାନୀ ଦ୍ୱାରା ଜାରି ହୋଇଥିବା ଭିଡିଓରେ କେବଳ ଏହାର ନାମ ଜଣାପଡିଛି, ତାହା ଛଡା ଆଉ କିଛି ଜଣାପଡିନାହିଁ।

In ସବ୍‌ବ୍ରାଣ୍ଡ ଜରିଆରେ ମାଇକ୍ରୋମାକ୍ସ ସ୍ମାର୍ଟଫୋନର ସିରିଜ ଏବଂ ନୂଆ ରେଞ୍ଜରେ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି। ଖବୁଶୀଘ୍ର କମ୍ପାନୀର ଅପକମିଂ ଫୋନ ମେଡ ଇନ ଇଣ୍ଡିଆ ଲଞ୍ଚ ହେବ। ଏବେ ଭାରତୀୟ ବଜାରରେ ସାଓମୀ ଏବଂ ରିଅଲ ମି ଦୁଇଟି ବଡ ଚାଇନିଜ କମ୍ପାନୀର ବେଶ୍‌ ଚାହିଦା ରହିଛି। ତେବେ ଏହି କମ୍ପାନୀକୁ ଟକ୍କର ଦେବା ପାଇଁ ମାଇକ୍ରୋମାକ୍ସ ଖୁବଶୀଘ୍ର ନିଜର ନୂଆ ଫୋନ ଲଞ୍ଚ କରିବାକୁ ଯାଉଛି। ରିପୋର୍ଟ ମୁତାବକ, ମାଇକ୍ରୋମାକ୍ସ ଲଞ୍ଚ କରିବାକୁ ଥିବା ଫୋନର ମୂଲ୍ୟ ୧୦ ହଜାର ମଧ୍ୟରେ ରହିବ। କମ୍ପାନୀ ଏହାକୁ ହୁଏତIn ବ୍ରାଣ୍ଡ ନାମରେ ଲଞ୍ଚ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.