Below header

ଏବେ ପୋଲିସ ନୁହଁ ବରଂ ଗୁଗୁଲ ମ୍ୟାପ ଦେବ ଆପଣଙ୍କୁ ସୁରକ୍ଷା, ସାମିଲ ହୋଇଛି ଏକ ନୂଆ ଫିଚର

ନୂଆଦିଲ୍ଲୀ : ଗୁଗୁଲ ବୁଧବାର ଦିନ ତାହାର ବହୁ ବ୍ୟବହ୍ରୁତ ଗୁଗୁଲ ମ୍ୟାପରେ ସାମିଲ କରିଛି ଏକ ନୂଆ ଫିଚର। ଦେଶରେ ବଢ଼ୁଥିବା ଅପରାଧକୁ ଅଟକାଇବା ପାଇଁ ଆରମ୍ଭ କରାଯାଇଛି ଷ୍ଟେ-ସେଫ ଫିଚର। ଏହା ଟ୍ୟାକ୍ସି ଏବଂ ଅଟୋରିକ୍ସାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଦେବ ସୁରକ୍ଷା। ଯଦି ନିର୍ଦ୍ଦାରିତ ସ୍ଥାନରୁ ଅନ୍ୟ କୁଆଡେ ଯାଉଛି ତେବେ ତାହା ଯାତ୍ରୀଙ୍କୁ ସତର୍କ ପ୍ରଦାନ କରିବ। ଏହି ସମୟରେ ଆପଣ ନିଜ ଲାଇଭ ଲୋକେସନ ପରିବାର ଓ ସାଙ୍ଗସାଥୀଙ୍କ ସହ ବାଣ୍ଟି ମଧ୍ୟ ପାରିବେ। ଆସନ୍ତୁ ଜାଣିବା କେମିତି କରିବେ ଏହି ଫିଚରର ବ୍ୟବହାର।

Shared-Mobility

ଷ୍ଟେ-ସେଫ ଫିଚରଟି କେଵଳ ଗୁଗୁଲ ମ୍ୟାପର ନୂଆ ଭର୍ଜନ ଉପଲବ୍ଧ ରହିବ। ଏହାକୁ ବ୍ୟବହାର କରିବା ପାଇଁ ନିଜର ଗନ୍ତବ୍ୟ ସ୍ଥଳ ବାଛିବା ସହ ସେଠାରେ ଲେଖାଯାଇଥିବା ଗଟ ଡେରେକ୍ସନ ବଟନ ଦବାନ୍ତୁ । ପରେ ଏଠାରେ ଦେଖାଯାଉଥିବା ଷ୍ଟେ ସେଫର ବଟନକୁ କ୍ଳିକ୍ କରନ୍ତୁ। ଏହାପରେ ବ୍ୟବହାରକାରୀଙ୍କୁ ସେଠାରେ ୨ଟି ଅପସନ ମିଳିବ। ସେୟାର ଲାଇଭ ଟ୍ରିପ ବାଛି ଅପାଣ ନିଜ ଲୋକେସନ କୁ ନିଜ ସମ୍ପର୍କୀୟ ମାନଙ୍କ ସହ ଶେୟାର କରିପାରିବେ।

ଏବଂ ଗେଟ ଅଫ ରୁଟ ଅଲଟ ବାଛିପାରିବେ। ଏହି ସମୟରେ ଯଦି ଚାଳକ ଆପଣାକୁ ନିର୍ଧାରିତ ପଥରୁ ୦.୫କିମି ଅଧିକ ଦୂର ଭୁଲ ରାସ୍ତାରେ ନେଉଛି ତେବେ ଆପଣଙ୍କୁ ଏଠାରେ ଆପ୍ ସତର୍କ କରାଇବ।

Google-Maps-Stay-Safe

ବହୁ ରିସର୍ଚ୍ଚରୁ ଜଣା ପଡିଛି , ଭାରତୀୟ ମାନେ ସୁରକ୍ଷା ଦୃଷ୍ଟିରୁ କୁଆଡେ ବୁଲାବୁଲି କରିବା ପାଇଁ ପସନ୍ଦ କରନ୍ତିନି। ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ଭାରତରେ ଏହି ଫିଚର ଲଞ୍ଚ କରିଛି । ଜୁନ ମାସ ପହିଲାରୁ ପରୀକ୍ଷାମୂଳକ ଭାବେ ଏହା ଭାରତରେ ଆରମ୍ଭ କରାଯାଇଛି। ତେବେ ଖୁବ ଶୀଘ୍ର ଏହାକୁ ଅନ୍ୟ ଦେଶରେ ମଧ୍ୟ ଲଞ୍ଚ କରାଯିବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.