୪୮ ମେଗାପିକ୍ସେଲ କ୍ବାଡ କ୍ଯାମେରା ସେଟଅପ୍ ସହିତ ଲଞ୍ଚ ହେଲା Nokia 5.4, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

Nokia 5 ସିରିଜର ଲାଟେଷ୍ଟ ଏଡିସନ ଭାବେ Nokia 5.4 ଲଞ୍ଚ୍ କରିଛି। ଏହି ନୂଆ ନୋକିଆ ସ୍ମାର୍ଟଫୋନରେ କ୍ବାଡ ରିଅର କ୍ଯାମେରା ଦିଆଯାଇଛି। ଏହି ଫୋନ ସିଙ୍ଗଲ ଚାର୍ଜ କରିବା ପରେ ଦୁଇଦିନର ବ୍ଯାଟେରୀ ବ୍ଯାକଅପ୍ ଦେବ। ଏହି ଫୋର ଦାମ୍ ପାଖାପାଖି ୧୬,୯୦୦ ଟଙ୍କା ରହିଛି।

Nokia 5.4 ର ୪ ଜିବି + ୬ ଜିବି ଭାରିଅଣ୍ଟର ଦାମ୍ ୧୬,୯୦୦ ଟଙ୍କା ରହିଥିବା ବେଳେ ଫୋନର ୪ଜିବି+୧୨୮ ଜିବି ଏବଂ ୬ ଜିବି+୬ ଜିବି ଭାରିଅଣ୍ଟକୁ ମଧ୍ୟ ଲଞ୍ଚ କରିଦିଆଯାଇଛି। କିନ୍ତୁ ଏହାର ମୂଲ୍ଯ ଏଯାଏଁ ସାମ୍ନାକୁ ଆସିନାହିଁ। ଏହି ଫୋନ ଡସ୍କ ଏବଂ ପୋଲର ନାଇଟ କଲର ଅପସନରେ ମିଳୁଛି।

nokia 5.4

ଫୋନର ସ୍ପେସିଫିକେସନ :

ଡୁଆଲ ସିମ ସପୋର୍ଟ ଥିବା ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୦ରେ ଚାଲିଥାଏ। ଏଥିରେ ୬.୩୯ ଇଞ୍ଚର ଏଚଡି ଡିସପ୍ଲେ ଦିଆଯାଇଛି। ଏହି ଫୋନର ୬ ଜିବି ରାମ୍ ସହିତ ଅକ୍ଟା କୋର କ୍ବାଲକମ୍ ସ୍ନାପଡ୍ରାଗନ ୬୬୨ ପ୍ରୋସେସର ମଧ୍ୟ ଦିଆଯାଇଛି। ଫଟୋ ଏବଂ ଭିଡିଓ ପାଇଁ ରିଅର କ୍ବାଡ କ୍ଯାମେରା ସେଟଅପ୍ ରହିଛି। ଏଥିରେପ୍ରାଇମେରୀ ସେନସର ୪୮ ମେଗାପିକ୍ସେଲ କ୍ଯାମେରା ସହିତ ଫ୍ରଣ୍ଟରେ ୧୬ ମେଗାପିକ୍ସେଲ କ୍ଯାମେରା ରହିଛି। ଏଥିରେ ୧୨୮ ଜିବିର ଇଣ୍ଟରନାଲ ମେମୋରୀ ରହିଛି। ଆଉ ୪,୦୦୦ mAh ବ୍ଯାଟେରୀ କ୍ଷମତା ମଧ୍ୟ ରହିଛି।

Leave A Reply

Your email address will not be published.