Below header

ଗଣ୍ଡଗୋଳ ନେଲା ଉଗ୍ରରୂପ: ଗୋଡାଇ ଗୋଡାଇ କାଠ ଫାଳିଆରେ ପଡୋଶୀକୁ କଲେ ଆକ୍ରମଣ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ର କରି ଦୁଇ ପଡୋଶୀ ମଧ୍ୟରେ ଗଣ୍ଡଗୋଳ। ତେବେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ନାଚିନ୍ଦା ଗ୍ରାମର ଶ୍ରୀଧର ନାଗ ଓ ତାଙ୍କର ଦୁଇ ପୁଅ ପଡୋଶୀ ଗୌରାଙ୍ଗ ନନ୍ଦ କୁ ଏକ କାଠ ଫାଳିଆରେ ଗୋଡାଇ ଗୋଡାଇ ମାରିବାରୁ ସେ ଘଟଣାସ୍ଥଳରେ ଗୁରୁତର ହୋଇ ଅଚେତ ହୋଇ ତଳେ ପଡି ଯାଇଥିଲେ।

ପରିବାର ଓ ପଡ଼ୋଶୀ ଲୋକେ ଗୌରାଙ୍ଗଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କମର୍ଦ୍ଦା ମେଡିକାଲରେ ଭର୍ତ୍ତି କରାଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କମର୍ଦ୍ଦା ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.