ଫାଟିଗଲା ଟାୟାର, ଓଭରବ୍ରିଜ୍ ଉପରେ ଓଲଟିଲା ଟ୍ରକ୍ : ୨ ଗୁରୁତର

ଆନନ୍ଦପୁର:  ଆନନ୍ଦପୁର ୨୦ନଂ ଜାତୀୟ ରାଜପଥର ଗୋହିରା ଓଭରବ୍ରିଜ୍ ଠାରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ର ଟାୟାର ଫାଟି ଯିବାରୁ ଟ୍ରକଟି ରାସ୍ତା ଉପରେ ଓଲଟି ପଡିଛି । ଖବରପାଇ ଘସିପୁରା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଗାଡି ଭିତରେ ଫସିରହିଥିବା ଡ୍ରାଇଭର ଓ ହେଲପରଙ୍କୁ ଟ୍ରକ୍ ସାମ୍ନାକାଚ ଭାଙ୍ଗି ଉଦ୍ଧାର କରିଛନ୍ତି ।

ଦୁର୍ଘଟଣାରେ ଗୁରୁତ ଆହତ ବିହାର ଅଞ୍ଚଳର ଡ୍ରାଇଭର ସନ୍ତୋଷ କୁମାର ଓ ହେଲପର ଅଖିଲଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରକ୍ ଟି ସୁନ୍ଦରଗଡ ସାନିତପୁର ଖଣିରୁ ଲୁହାପଥର ବୋଝେଇକରି ପାରାଦୀପ ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.