କରୋନା ମହାମାରୀ ପାଇଁ ଏଥର ହେବନି ସଂସଦର ଶୀତ ଅଧିବେଶନ, ସିଧାସଳଖ ଜାନୁଆରୀରେ କରାଯାଇପାରେ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏଥର ହେବନି ସଂସଦର ଶୀତ ଅଧିବେଶନ । ଶୀଘ୍ର ଆରମ୍ଭ ହେବ ବଜେଟ୍‌ ଅଧିବେଶନ । ସିଧାସଳଖ ଜାନୁଆରୀରେ ବଜେଟ୍‌ ଅଧିବେଶନ ଆରମ୍ଭ କରାଯାଇପାରେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀକୁ ଚିଠି ଲେଖି ଜଣାଇଛନ୍ତି ।

ଚାଷୀ ଓ ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା ପାଇଁ ପ୍ରହଲ୍ଲାଦ ଜୋଶୀଙ୍କୁ ଚିଠି ଲେଖିଥିଲେ ଅଧିର ରଞ୍ଜନ ଚୌଧୁରୀ । ଆଇନରେ ସଂଶୋଧନ ଆଣିବା ପାଇଁ ଶୀତ ଅଧିବେଶନ ବସାଇବାକୁ ଦାବି କରିଥିଲେ । ମନ୍ତ୍ରୀ ଏହାର ଉତ୍ତର ଦେଇ କହିଛନ୍ତି, ସମସ୍ତ ଦଳଙ୍କ ସହ ଆଲୋଚନା କରାଯାଇଛି

କୋଭିଡ୍‌-୧୯ ପାଇଁ ଅଧିବେଶନ ଡାକିବା ଠିକ୍‌ ହେବ ନାହିଁ ବୋଲି କହିଥିଲେ । କରୋନା ଯୋଗୁ ବିଳମ୍ବରେ ସେପ୍ଟେମ୍ବର ମାସରେ ମୌସୁମୀ ଅଧିବେଶନ ହୋଇଥିଲା । ଏଥିରେ ମୋଟ୍‌ ୨୭ଟି ବିଲ ପାରିତ କରାଯାଇଥିଲା । ଏହି ସମୟରେ ବହୁ ଚର୍ଚ୍ଚିତ ତିନିଟି କୃଷି ବିଲ୍‌ ପାସ୍‌ କରାଇଥିଲେ ସରକାର । ଶୀତ ଦିନରେ କରୋନା ବଢିବାର ଆଶଙ୍କା ରହିଛି । ଏହା ସହ ଦିଲ୍ଲୀରେ ଲଗାତର ସଂକ୍ରମଣ ବଢି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.