୯୨ କିଲୋ ଓଜନ କମାଇଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ଯ, କପିଲ କହିଲେ ଏମିତି କଥା

ବଲିଉଡର ଜଣାଶୁଣା କୋରିଓଗ୍ରାଫର ହେଲେ ଗଣେଶ ଆଚାର୍ଯ୍ଯ । ଗୋବିନ୍ଦାଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତ ହୁଅନ୍ତୁ ଅବା ବରୁଣ ଧୱନ ସମସ୍ତଙ୍କୁ ନଚେଇଛନ୍ତି। ଏହାଛଡା ବଲିଉଡରେ ଅନେକ ଡ୍ଯାନ୍ସ ହିଟ୍ ଦେଇସାରିଛନ୍ତି। କିନ୍ତୁ ଗଣେଶ ଆଚାର୍ଯ୍ଯ ନିଜ ଡ୍ଯାନ୍ସ ପାଇଁ ଯେତିକି ଜଣାଶୁଣା, ସେତିକି ନିଜ ଓଜନ ପାଇଁ ମଧ୍ୟ ଜଣାଶୁଣା। ସମସ୍ତେ ଆଶ୍ଚର୍ଯ୍ଯ ହୁଅନ୍ତି କି, କିପରି ଏତେ ଡ୍ଯାନ୍ସ କରୁଥିବା ଜଣେ ବ୍ଯକ୍ତିଙ୍କ ଓଜନ କମୁନାହିଁ କେମିତି ?

କିନ୍ତୁ ଏବେ ଫ୍ଯାନଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗଣେଶ ଆଚାର୍ଯ୍ଯ। ଏବେ ନିଜ ଫ୍ଯାନକୁ ଓଜନ କମାଇ ଚକିତ କରିଦେଇଛନ୍ତି ଗଣେଶ ଆଚାର୍ଯ୍ଯ। ଗତ କିଛିବର୍ଷ ହେବ ଓଜନ କମାଇବା ପାଇଁ ଲାଗିପଡିଥିଲେ ଆଉ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ଗଣେଶ ଆଚାର୍ଯ୍ଯ ଏବେ ପାଖାପାଖି ୯୨ କିଲୋ ଓଜନ କମ୍ କରିଛନ୍ତି।

ଗଣେଶ ଏହି ୱିକେଣ୍ଡରେ କପିଲ ଶର୍ମା ଶୋରେ ନଜର ଆସିବାକୁ ଯାଉଛନ୍ତି। ତାଙ୍କୁ ଦେଖି ଦର୍ଶକେ ଜମା ବି ନିଜ ଆଖିକୁ ବିଶ୍ବାସ କରିପାରୁନାହାନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ କପିଲ ଗଣେଶଙ୍କ ଓଜନକୁ ନେଇ ମଜାକ କରୁଛନ୍ତି। ଭିଡିଓକୁ ସୋନୀ ଟିଭି ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି। ଏଥର ଶୋ’ରେ ଗଣେଶ ଆଚାର୍ଯ୍ଯ, ଗୀତା କପୁର ଏବଂ ଟେରେନ୍ସ ଲୁଇସ ନଜର ଆସୁଛନ୍ତି। ଏହି ସମୟରେ ଗଣେଶ ନିଜର ୯୨ କେଜି ଓଜନ କମ୍ କରିଥିବା କହୁଛନ୍ତି। ଯାହାର ମଜାକ ଉଡାଇ କପିଲ କହିଛନ୍ତି, ଆପଣ ତ ଦୁଇ ଜଣ ଲୋକଙ୍କୁ ଗାଏବ କରିଦେଲେ। ଯାହା ଶୁଣିବା ପରେ ସମସ୍ତେ ହସି ହସି ବେଦମ ହେଇଯାଉଛନ୍ତି।

You might also like