ଖୁବଶୀଘ୍ର ଦମଦାର 5G ଫୋନ ଲଞ୍ଚ କରିବ Nokia, ଅପେକ୍ଷାରେ ଗ୍ରାହକ

ବର୍ତ୍ତମାନ ଏକ ନୂଆ ଟିଜର ଆସିଛି ଯେଉଁଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୬ରେ ନୋକିଆ 5G ଫୋନ ଲଞ୍ଚ କରିବାକୁ ଯାଉଛି । ଟିଜରରେ ଫୋନର ସାମାନ୍ୟ ଝଲକ ଦେଖିବାକୁ ମିଳିଛି । ଆଶା କରାଯାଉଛି ଏହା ଏକ ନୂଆ X ସିରିଜ୍ ସ୍ମାର୍ଟଫୋନ ହୋଇପାରେ କାରଣ ଲଞ୍ଚ ତାରିଖ ଗତ ବର୍ଷର ନୋକିଆର X 30 ଲଞ୍ଚ ସହିତ ମିଶୁଛି ।

Nokia ଦମଦାର ଭାବେ ଭାରତରେ ଫେରି ଆସିଛି । ଯେତେବେଳେ ଭାରତୀୟ ବଜାରରେ ମିଡ୍‌ ରେଞ୍ଜ ଏବଂ ହାଇ ଏଣ୍ଡ ସ୍ମାର୍ଟଫୋନ ଆସୁଛି ସେହି ସମୟରେ ନୋକିଆ ବଜେଟ ଏବଂ ଫିଚର ଫୋନ ଆଣୁଛି । ମିଡ୍‌ ରେଞ୍ଜରେ ମଧ୍ୟ ନୋକିଆ ଫୋନ ଆଣି ସାରିଛି, କିନ୍ତୁ ବର୍ତ୍ତମାନ ଏକ ନୂଆ ଟିଜର ଆସିଛି ଯେଉଁଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୬ରେ ନୋକିଆ 5G ଫୋନ ଲଞ୍ଚ କରିବାକୁ ଯାଉଛି । ଟିଜରରେ ଫୋନର ସାମାନ୍ୟ ଝଲକ ଦେଖିବାକୁ ମିଳିଛି ।

ଡିଭାଇସର ସମସ୍ତ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏକ ଭିଡିଓ ଦ୍ୱାରା ଏହାର ଟିଜ୍ ହୋଇଛି । ଏହି ଭିଡିଓରେ ଏକ ପ୍ରଶ୍ନ ପଚରାଯାଇଛି : ‘ଆପଣ ସ୍ପିଡ୍‌ ର ଆନନ୍ଦ ନେବାକୁ ପ୍ରସ୍ତୁତ କି?’ ଭିଡିଓରେ ସ୍ମାର୍ଟଫୋନର ଗୋଲ କୋଣ ଉପରେ ଗୁରୁତ୍ୱ ଦିଆଯାଇଛି । ଡିଭାଇସ ସୂଚନା ବିନା, ଅନୁମାନ କରିବା କଷ୍ଟକର କାରଣ ଆଗାମୀ ନୋକିଆ 5G ସ୍ମାର୍ଟଫୋନ ବିଷୟରେ କୌଣସି ଲିକ୍ ହୋଇନାହିଁ । ସେପ୍ଟେମ୍ବର ୬ ରେ କେଉଁ ଫୋନ୍ ଆସିବ ସେ ବିଷୟରେ କିଛି ଜଣା ପଡିନାହିଁ । କିନ୍ତୁ ଆଶା କରାଯାଉଛି ଏହା ଏକ ନୂଆ X ସିରିଜ୍ ସ୍ମାର୍ଟଫୋନ ହୋଇପାରେ କାରଣ ଲଞ୍ଚ ତାରିଖ ଗତ ବର୍ଷର ନୋକିଆର X 30 ଲଞ୍ଚ ସହିତ ମିଶୁଛି ।

ନୋକିଆ ବର୍ତ୍ତମାନ ଏକ ନୂଆ ଫିଚର ଫୋନ ଏବଂ ପକେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ ସିରିଜ ଆଣିବା ପାଇଁ କାର୍ଯ୍ୟ କରୁଛି । ନିକଟରେ କମ୍ପାନୀ ନୋକିଆ C12 ଏବଂ 2660 ଫ୍ଲିପ୍ ପାଇଁ କିଛି ବିଶେଷ କଲର ଭାରିଆଣ୍ଟ ମଧ୍ୟ ଉପସ୍ଥାପନ କରିଛି ।

ନୋକିଆ X30 5G :

HMD ମାଲିକାନା କମ୍ପାନୀ ଶେଷ 5G ସ୍ମାର୍ଟଫୋନ ନୋକିଆ X30 5G ଲଞ୍ଚ କରିଛି । ଏହି ଫୋନରେ 6.43 ଇଞ୍ଚର AMOLED ଡିସପ୍ଲେ ଅଛି, ଯେଉଁଥିରେ 90Hz ରିଫ୍ରେସ ରେଟ ଏବଂ 700 ନିଟ୍ସର ବ୍ରାଇଟନେସ୍‌ ରହିଛି । ଏହାର HD + ଡିସପ୍ଲେ 1080 x 2400 ପିକ୍ସେଲ ରିଜୋଲ୍ୟୁସନ ପ୍ରଦାନ କରେ । ଏହି ସ୍ମାର୍ଟଫୋନ ସ୍ନାପଡ୍ରାଗନ 695 SoC ଦ୍ୱାରା ଚାଳିତ, ଯେଉଁଥିରେ ଆଡ୍ରେନୋ 619 ଜିପିୟୁ ମଧ୍ୟ ଅଛି । ଏହା ତିନୋଟି ଷ୍ଟୋରେଜ ଭାରିଆଣ୍ଟରେ ଉପଲବ୍ଧ – 128GB + 6GB RAM, 128GB + 8GB RAM ଏବଂ 256GB + 8GB RAM । କ୍ୟାମେରାରେ 50MP ପ୍ରାଇମେରୀ ସେନ୍ସର ଏବଂ 13MP ଅଲଟ୍ରାୱାଇଡ ଲେନ୍ସ ସହିତ ଡୁଆଲ-ରିୟର କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ 16MP କ୍ୟାମେରା ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.