Below header

ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ, ପୁଣି ସୂର୍ଯ୍ୟୋଦୟ ପରେ କାର୍ଯ୍ୟ କରିବା ନେଇ ଆଶା

ଶୋଇ ପଡିଲା ରୋଭର ପ୍ରଜ୍ଞାନ। ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ । ଶିବଶକ୍ତି ପଏଣ୍ଟ ଠାରୁ ୧୦୧.୪ମିଟର ବାଟ ଅତିକ୍ରମ କରି କାମ ଶେଷ କରିଛି । ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍ ରେ ରଖିଛି ଇସ୍ରୋ ।

ନୂଆଦିଲ୍ଲୀ : ଶୋଇ ପଡିଲା ରୋଭର ପ୍ରଜ୍ଞାନ। ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ । ଶିବଶକ୍ତି ପଏଣ୍ଟ ଠାରୁ ୧୦୧.୪ମିଟର ବାଟ ଅତିକ୍ରମ କରି କାମ ଶେଷ କରିଛି । ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍ ରେ ରଖିଛି ଇସ୍ରୋ । ଏଥିରେ ଲାଗିଥିବା ଉଭୟ ପେଲୋଡ୍ ଏପିଏକ୍ସଏସ ଓ ଏଲଆଇବିଏସକୁ ବନ୍ଦ କରିଦିଆଯାଇଛି । ଏହି ପେଲୋଡରୁ ଡାଟା ଲ୍ୟାଣ୍ଡର ଜରିଆରେ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚା ଯାଇଛି। ରୋଭରରେ ଥିବା ବ୍ୟାଟେରୀ ସଂପୂର୍ଣ୍ଣ ଚାର୍ଜରେ ରହିଛି ।

ଏହାକୁ ଏହିଭଳି ଦିଗରେ ରଖାଯାଇଛି ସେପ୍ଟେମ୍ବର ୨୨ରେ ଯେତେବେଳେ ଚନ୍ଦ୍ରରେ ପରବର୍ତ୍ତୀ ସୂର୍ଯ୍ୟୋଦୟ ହେବ , ସେତେବେଳେ ସୂର୍ଯ୍ୟର ଆଲୋକ ଏହାର ସୌର ପ୍ୟାନେଲ ଉପରେ ପଡିବ । ସେପ୍ଟେମ୍ବର ୨୨ ପରେ ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଇସ୍ରୋ ଆଶା ରଖିଛି । ଲ୍ୟାଣ୍ଡର ଓ ରୋଭର ଉପରେ ଇସ୍ରୋ ଟିମ ନଜର ରଖିଛି । ଏଯାଏ ଉଭୟଙ୍କର ସ୍ଥିତି ସ୍ବାଭାବିକ ରହିଛି । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ପୂର୍ବକ ସଫ୍ଟଲ୍ୟାଣ୍ଡି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.