Below header

ରୋଗୀଙ୍କ ଜୀବନ ସହ ଖେଳ: ତୃଟିପୂର୍ଣ୍ଣ ଚିକିତ୍ସା ଫଳରେ ଶଯ୍ୟାଶାୟୀ ଋଷଭ, ସହାୟତାକୁ ଅପେକ୍ଷା

ରୋଗୀଙ୍କ ଜୀବନ ସହ ଖେଳ। ଡାକ୍ତରଙ୍କର ବଡ଼ ଭୁଲ୍‌ ଯୋଗୁ ଆଜି ସର୍ବସ୍ୱାନ୍ତ ଏହି ପରିବାର । ଯାହା ପାଖକୁ ରୋଗ ଭଲ କରିବାକୁ ଯାଇଥିଲେ ସେ ଓଲଟି ଭଲ କରିବ କଣ ରୋଗକୁ ୧୦ ଗୁଣ କରି ମରିବାକୁ ଛାଡିଦେଲା । ଏଭଳି ପରିସ୍ଥିତିରେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

କଣ୍ଟାମାଳ(କେନ୍ୟୁଜ୍): ରୋଗୀଙ୍କ ଜୀବନ ସହ ଖେଳ। ଡାକ୍ତରଙ୍କର ବଡ଼ ଭୁଲ୍‌ ଯୋଗୁ ଆଜି ସର୍ବସ୍ୱାନ୍ତ ଏହି ପରିବାର । ଯାହା ପାଖକୁ ରୋଗ ଭଲ କରିବାକୁ ଯାଇଥିଲେ ସେ ଓଲଟି ଭଲ କରିବ କଣ ରୋଗକୁ ୧୦ ଗୁଣ କରି ମରିବାକୁ ଛାଡିଦେଲା । ଏଭଳି ପରିସ୍ଥିତିରେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଆମେ କହୁଛୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗ୍ରାମ ପଞ୍ଚାୟତ ଝଗଡୁପାଲି ଗ୍ରାମର ଋଷବ ବସ୍ତିଆଙ୍କ କଥା । ଯିଏ ଏକ ଘରୋଇ ନର୍ସିଙ୍ଗ ହୋମ ଦ୍ୱାରା ତୃଟିପୂର୍ଣ୍ଣ ଚିକିତ୍ସା ଫଳରେ ଆଜି ଜୀବନମରଣ ସହ କରୁଛନ୍ତି ସଙ୍ଘର୍ଷ । ବିଭିନ୍ନ ଡାକ୍ତରଖାନା ଓ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରି ନିରାଶ ହେବାପରେ ଶେଷରେ ଭାଗ୍ୟକୁ ଆଦରି ଦୀର୍ଘ ବର୍ଷ ହେଲା ଖଟରେ ଶଯ୍ୟାଶାୟୀ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖାଲିଆପାଲି ପଂଚାୟତ ଝଗୁଡୁପାଲି ଗ୍ରାମର ଋଷଭ ବସ୍ତିଆ । ବୟସ ୩୭ ବର୍ଷ। ଯେଉଁ ବୟସରେ ଘର ଚଳାଇ ପରିବାର ପ୍ରତିପୋଷଣ କରିବା କଥା ସେଇ ବୟସରେ ଏବେ ସେ ଦୀର୍ଘ ଦଶ ବର୍ଷ ହେଲା ଖଟରେ ଶଯ୍ୟାଶାୟୀ ।

ଯାହା ସୂଚନା ମିଳିଛି, ଋଷଭ ବସ୍ତିଆଙ୍କ ପରିସ୍ରାଗତ କିଛି ସମସ୍ୟା ଉପୁଜିବାରୁ ବିଭିନ୍ନ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ହେଉଥିଲେ । ଶେଷରେ ବରଗଡ ସ୍ଥିତ ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଲା । ସେଠାରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ ଓ ସେଠାରେ ସେ ଅପରେସନ୍ ବି
ହେଲେ । କିନ୍ତୁ ଭୁଲ ଅପରେସନ ଯୋଗୁଁ ତାଙ୍କର ପିସ୍ତୁଲା ଫାଟି ଯାଇଥିଲା। ଥରେ ଦୁଇଥର ନୁହେଁ କିଛି କିଛି ଦିନର ବ୍ୟବଧାନରେ ତାଙ୍କୁ ତିନି ଥର ଅପରେସନ୍ କରାଯାଇଥିଲା । ଏଥିପାଇଁ ପୈତୃକ ସମ୍ପତ୍ତିରୁ ନିଜ ଜମିବାଡି ଓ ପତ୍ନୀଙ୍କ ସୁନା ଗହଣା ବିକି ସର୍ବସ୍ୱାନ୍ତ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ଓଲଟା ତୃଟିପୂର୍ଣ୍ଣ ଚିକିତ୍ସା ହେତୁ ତାଙ୍କ ପିସ୍ତୁଲା ଫାଟି ଦୁଃଖ ଦୁଇଗୁଣା ହୋଇ ଜୀବନ ବିପନ୍ନରେ ପଡିଥିବା ଅଭିଯୋଗ କରିଛନ୍ତି ଋଷଭ ।

kantamal

ଶେଷରେ ଭୁବନେଶ୍ବରର ଏକ ବଡ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । ସେଠାରେ ମଧ୍ୟ ଅପରେସନ୍ ସଫଳ ନ ହେବାରୁ ବର୍ତ୍ତମାନ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି ସେ । ପିସ୍ତୁଲା ଫାଟି ଯାଇଥିବା ହେତୁ ଭଗବାନ୍ ଓ ଭାଗ୍ୟ ଉପରେ ତାଙ୍କର ସୁସ୍ଥ ହେବା ନିର୍ଭର କରୁଛି ବୋଲି ଡାକ୍ତର ମାନେ ଅନ୍ତିମ ବାଣୀ ଶୁଣାଇ ଘରକୁ ପଠାଇ ଦେଇଛନ୍ତି । ତୃଟିପୂର୍ଣ୍ଣ ଚିକିତ୍ସା ହେତୁ ଏବେ ପରିସ୍ରା ମଳ ଦ୍ୱାରରେ ନିଷ୍କାସନ ହେଉଥିବା ଫଳରେ ସେ ଶଯ୍ୟାଶାୟୀ ହୋଇ ଖଟରେ ପଡି ରହିଛନ୍ତି ।

ସ୍ୱାମୀଙ୍କ ଏପରି ଅବସ୍ଥା ପରେ ପତ୍ନୀ ଉପରେ ପରିବାରର ସମସ୍ତ ଦାୟିତ୍ୱ। ସ୍ୱାମୀର ସମସ୍ତ ଯତ୍ନ ସହିତ ପିଲାମାନଙ୍କ ଦାୟିତ୍ୱ। ଫଳରେ ପତ୍ନୀ ଓ ଦୁଇ ନାବାଳକ ପୁଅ ଉପରେ ଚିନ୍ତାର ପାହାଡ଼ ମାଡି ବସିଛି । ଘରର ଏକମାତ୍ର ଉପାର୍ଜନକ୍ଷମ ତଥା ପରିବାରର ମୁରବୀ ଘରେ ପଡି ରହିବାରୁ ଏମାନେ ବର୍ତ୍ତମାନ ବେସାହାରା । ଘରେ ବେଳେବେଳେ ଚୁଲି ଜଳେନାହିଁ । ଉପାସରେ ଦିନ କାଟିବାକୁ ପଡେ। ବନ୍ଧୁ ସମ୍ପର୍କୀୟ କେତେ ଦିନ ଆଉ ସାହାଯ୍ୟକରିବେ । ସମସ୍ତେ ମୁହଁ ଫେରାଉଛନ୍ତି । ଉଜୁଡ଼ିବାକୁ ବସିଛି ଋଷଭଙ୍କ ସୁନାର ସଂସାର । ବର୍ତ୍ତମାନ ସେ ସରକାରୀ ସହାୟତା ସହ ଚିକିତ୍ସା ସେବା ପାଇବାକୁ ଅନାଇ ବସିଛନ୍ତି । ଏପରି ପରିସ୍ଥିତିରେ ଯଦି କୌଣସି ବଦାନ୍ୟ ବ୍ୟକ୍ତି ଓ ସାମାଜିକ ଅନୁଷ୍ଠାନ ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି। ତାହା ହେଲେ ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ ।

ତାଙ୍କର ଠିକଣା ହେଲା:
ନାମ-ଋଷଭ ବସ୍ତିଆ
ଗ୍ରାମ -ଝଗୁଡୁପାଲି
ପୋଷ୍ଟ-ଖାଲିଆପାଲି,
ଜିଲ୍ଲା -ବୌଦ୍ଧ
ଫୋନ ନମ୍ବର-7682020496
ଏକାଉଣ୍ଟ ନମ୍ବର-32784390567
IFFC code-SBIN0006083

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.