Nothing Ear 1 ଟ୍ରୁ ୱେୟାରଲେସ ଇଅରଫୋନ ଭାରତରେ ଲଞ୍ଚ, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

Nothing Ear 1 ଟ୍ରୁ ୱେୟାରଲେସ ଷ୍ଟିରିଓ ଇଅରଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିଛି। ସୂଚନାଯୋଗ୍ଯ, Nothing ବ୍ରାଣ୍ଡକୁ OnePlus ର କୋ ଫାଉଣ୍ଡର carlpei ଲଞ୍ଚ କରିଛନ୍ତି। ଏହା କମ୍ପାନୀର ଇଲେକ୍ଟ୍ରନିକ୍ସ ଡିଭାଇସକୁ ବଜାରକୁ ଆଣିବ। Nothing Ear 1 କମ୍ପାନୀର ପ୍ରଥମ ପ୍ରଡକ୍ଟ,ଯାହା ଅନେକ ଶାନଦାର ଫିଚର୍ସ ଭରି ରହିଛି। ଏହି ଇଅରଫୋନ ଭାରତରେ ଇ-କମର୍ସ ସାଇଟ ଫ୍ଲିପକାର୍ଟ ସେଲରେ ଉପଲବ୍ଧ ହେବ। ଏଥିରେ ଆକ୍ଟିଭ ନଏଜ କ୍ଯାନସିଲେସନ ଏବଂ ୱେୟାରଲେସ ଚାର୍ଜିଂ ସପୋର୍ଟ ଦିଆଯାଇଛି।

ଦାମ୍ ଏବଂ ସ୍ପେସିଫିକେସନ:

Nothing Ear 1 କମ୍ପାନୀର ଆଫୋଡେବଲ ଡିଭାଇସ ଏବଂ ଭାରତୀୟ ବଜାରରେ ୫,୯୯୯ ଟଙ୍କା ରହିଛି। ଏହା ଭାରତ ଛଡା ୟୁଏସ, ୟୁକେ ଏବଂ ୟୁରୋପରେ ଲଞ୍ଚ କରାଯାଇଛି। ଯାହାର ଦାମ୍ ୭,୪୦୦ ଟଙ୍କା ରହିଛି। ଏହି କମ୍ପାନୀ ଓପୋ, ସୋନୀ, ସାମସଙ୍ଗ ଏବଂ anker soundcoreକୁ ଟକ୍କର ଦେବ। ଭାରତରେ ଇ-କର୍ମସ ସାଇଟ ଫ୍ଲିପକାର୍ଟରେ ୧୭ ଅଗଷ୍ଟରୁ ସେଲ୍ ପାଇଁ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.