Instagram ୟୁଜର୍ସଙ୍କ ପାଇଁ ଖୁସି ଖବର। ଏବେ ୧ ମିନିଟ୍ ପର୍ଯ୍ଯନ୍ତ ଅପଲୋଡ୍ କରିପାରିବେ ରିଲ୍ସ ଭିଡିଓ

ଆସିଗଲା ଇନଷ୍ଟାଗ୍ରାମର ନୂଆ ଫିଚର। ଏବେ ୟୁର୍ସ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ୧ ମିନିଟରୁ ଅଧିକ ରିଲ ପୋଷ୍ଟ କରିପାରିବେ ଏବଂ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିପାରିବେ। ଏପର୍ଯ୍ଯନ୍ତ ୟୁଜର୍ସ କେବଳ ୧୫ ସେକେଣ୍ଡ ଏବଂ ୩୦ ସେକେଣ୍ଡର ଭିଡିଓ ପୋଷ୍ଟ କରିପାରୁଥିଲେ। ଏବେ ସେହି କ୍ରିଏଟର୍ସଙ୍କ ପାଇଁ ଖୁସି ଖବର। ଯେଉଁମାନେ ନିଜ ସାଙ୍ଗ ଏବଂ ଫଲୋୟର୍ସ ପାଇଁ ଅଧିକ ସମୟର ରିଲ୍ସ ଭିଡିଓ ସେୟାର କରିବାକୁ ଚାହୁଁଛନ୍ତି, ସେମାନେ ଏବେ ଅଧିକ ସମୟର ଭିଡିଓ ସେୟାର କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିବେ ଅପଲୋଡ…

ଟିକଟକ୍ ବନ୍ଦ ହେବା ପରେ ଇନଷ୍ଟାଗ୍ରାମ ତୁରନ୍ତ ରିଲ୍ସର ଆରମ୍ଭ କରିଥିଲା। ରିଲ୍ ଆସିବା ପରେ ମାର୍କେଟରେ ଅନେକ ସର୍ଟ ଭିଡିଓ ଆପ୍ସ ଆସିଥିଲା। ଯେଉଁଥିରେ ମେଟ୍ରୋନ, ରୋପୋସୋ, ଚିଙ୍ଗାରୀ ସହିତ ଅନ୍ଯ ସାମିଲ ରହିଛି। ଫେସବୁକର ଫଟୋ ସେୟାରିଂ ପ୍ଲାଟଫର୍ମ ଭାରତ ନୁହେଁ ବିଶ୍ବସ୍ତରରେ ବ୍ଯାପକ ଲୋକପ୍ରିୟତା ହାସିଲ କରିଛି।

ଯେମିତି ଛୋଟ ରିଲ୍ସ ଅପଲୋଡ କରୁଥିଲେ ସେମିତି ହିଁ ୬୦ ସେକେଣ୍ଡର ରିଲ୍ସ ବନାଇପାରିବେ। ରିଲ୍ସ ବନାଇବା ପାଇଁ ଆପ୍ ଉପରେ ରିଲ୍ସ ଟ୍ଯାବ୍ ଉପରେ ଯାଆନ୍ତୁ। ପରେ ରେକର୍ଡ କରନ୍ତୁ କିମ୍ବା ଫୋନ ଷ୍ଟୋରେଜରୁ ଅପଲୋଡ କରନ୍ତୁ। ରିଲ୍ସ ଅପଲୋଡ ହେବା ପରେ ଆପଣ ନିଜ ଫଲୋୟର୍ସ କିମ୍ବା ଅନ୍ଯ ଲୋକଙ୍କ ସହିତ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ସେୟାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.