Below header

ଐତିହ୍ଯ ସମ୍ପନ୍ନ ବକୁଳବନର ବିକାଶ ପାଇଁ ୭କୋଟି ଟଙ୍କା ମଞ୍ଜୁର କଲେ ରାଜ୍ଯ ସରକାର

ପିପିଲି(କେନ୍ଯୁଜ୍): ପୁଣି ହସିବ ବକୁଳମନ । ପଂଚ ସଖାଙ୍କୁ ମନେ ପକାଇବ ସାରା ଓଡ଼ିଶା । ଏଭଳି ପରିକଳ୍ପନା ନେଇ ଐତିହ୍ଯ ସମ୍ପନ୍ନ ବକୁଳବନର ହେବ ବିକାଶ । ପିପିପି ମୋଡ଼ରେ ଏହାର ବିକାଶ କରାଯିବ। ମନ୍ଦିରର ହେବ ଉନ୍ନତି କରଣ । ପ୍ରଥମ ପର୍ଯ୍ଯାୟରେ ରାଜ୍ଯ ସରକାର ୭କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଯାହାର ସ୍ଥିତି ଅନୁଧ୍ଯାନ କଲେ ପୁରୀ ଜିଲ୍ଲାପାଳ ସାଥିରେ ଥିଲେ ସତ୍ଯବାଦୀ ବିଧାୟକ ।

ଦର୍ଶକବନ୍ଧୁ ଐତିହାସିକ ପୁରୀ ଜିଲ୍ଲାରେ ସତ୍ଯବାଦୀର ବକୁଳବନ । ଏହାର ନାଁ ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବେ । ଅନେକ ମଧ୍ଯ ଏହାକୁ ଦେଖିଥିବେ । ଏହି ସ୍ଥାନଟିରେ ଉତ୍କଳର ମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସମେତ ପଂଚ ସଖା ପରି ଶିକ୍ଷା ନବିଶମାନେ ଅନେକ ଛାତ୍ରଙ୍କୁ ଶିକ୍ଷା ଦାନ କରି ଭଲ ମଣିଷ ତିଆରି କରିଛନ୍ତି । ମଣିଷ ତିଆରି କାରଖାନା ଭାବରେ ଏହା ଦେଶରେ ବେଶ ପରିଚିତ ଲାଭ କରିଛି । ସମୟ ବଦଳିବା ସହିତ ବଦଳିଛି ଏଠାକାର ପରିବେଶ । ଅତିତର ସ୍ମ୍ରୁତି ଏବେ ବି ଉଜ୍ଜିବିତ ହୋଇ ରହିଛି ଏହାର ପ୍ରତିଟି କୋଣ ଅନୁକୋଣରେ । ପୂର୍ବରୁ ବିକାଶ ତ ହୋଇଥିଲା ନିଶ୍ଚିତ ତେବେ ରକ୍ଷଣା ବେକ୍ଷଣା ଅଭାବରୁ ଏହା ବିପର୍ଯ୍ଯସ୍ତ ହୋଇ ପଡ଼ିଛି । ଯାହା ସତ୍ଯବାଦୀର ଜନସାଧାରଣଙ୍କୁ ଆଘାତ ଦେଉଛି ।

ଦୀର୍ଘ ଦିନ ଧରି ପରିତ୍ଯକ୍ତ ଅବସ୍ଥାରେ ପଡ଼ି ରହିଥିବା ବକୁଳବନର ଏବେ ହେବ ବିକାଶ । ଏଭଳି ଆଭିମୂଖ୍ଯ ଗ୍ରହଣ ନେଇଛନ୍ତି ରାଜ୍ଯ ସରକାର । ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ବକୁଳବନ ପରିସର ପରିକ୍ରମା କରି ଏହାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ପିପିପି ମୋଡ଼ରେ ଏହାର ବିକାଶ କରାଯିବା ସହିତ ଏହାକୁ ବିଶ୍ୱର ଏକ ପ୍ରମୁଖ ପଯ୍ଯଟନ କ୍ଷେତ୍ର ଭାବରେ ପ୍ରତିଷ୍ଠିତ କରାଯିବ । ୧୯ ଏକର ପରିମିତ ସଂରକ୍ଷିତ ଜଙ୍ଗଲ ମଧ୍ଯରେ ପାଦଚଲା ରାସ୍ତା , ବିଶ୍ରାମ ପିଣ୍ଡି, ମୁକ୍ତ ପ୍ରେକ୍ଷାଳୟ, ଗ୍ଯାଲେରୀ, ଦୋକାନ ଗୃହର ମରାମତି, ପୋଖରୀ ଖନନ, ପ୍ରାକୃତି ନାଳର ପୁନରୁଦ୍ଧାର କରାଯାଇ ନୌକା ବିହାର ଆଲୋକିକରଣ , ଚିଲଡ଼୍ରେନ ପାର୍କ, ବଣଭୋଜି ସୁବିଧା ଓପନ ଜିମ ଆଦି ନିର୍ମାଣ କରାଯିବ । ଏହା ସହିତ ଐତିହ୍ଯ କିମ୍ବଦନ୍ତିରେ ପରିପୂର୍ଣ୍ଣ ସାକ୍ଷୀଗୋପୀନାଥ ମନ୍ଦିରର ଉନ୍ନତିକରଣ କରାଯିବ । ମନ୍ଦିର ସହିତ ଯୋଡ଼ି ହୋଇ ରହିଥିବା ତୀର୍ଥ ପୁଷ୍କରିଣୀ ରାଧାକୁଣ୍ଡ, ଶ୍ଯାମ କୁଣ୍ଡ , ଚନ୍ଦନ ପୁଷ୍କରୀଣୀର କରାଯିବ ଉନ୍ନତି କରଣ । ସାକ୍ଷୀଗୋପୀନାଥଙ୍କୁ ହାତଯୋଡ଼ି ଜିଲ୍ଲାପାଳ ଏବଂ ବିଧାୟକ ଆର୍ଶିବାଦ କାମନା କରିଥିଲେ ।

ଉନବିଂଶ ଶତାଦ୍ଦୀର କିମ୍ବଦନ୍ତି ବହନ କରୁଥିବା ଏହି ପବିତ୍ର ସ୍ଥାନ ତଥା ଗୁପ୍ତ ବୃନ୍ଦାବନ ଏବଂ ସାକ୍ଷୀଗୋପୀନାଥ ମନ୍ଦିରର ଉନ୍ନତି କରଣ ପାଇଁ ରାଜ୍ଯ ସରକାରଙ୍କ ସହାୟତା ନିହାତି ପୀଠର ବିକାଶ କରିବା ସହିତ ଅତିତର ସ୍ମ୍ରୁତିକୁ ପୁଣି ଉଜ୍ଜିବିତ କରିବ।

ସାକ୍ଷୀଗୋପାଳ ରୁ ଦିବାକର ଷଡ଼ଙ୍ଗୀଙ୍କ ରିପୋର୍ଟ , କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.