Below header

ସୋସିଆଲ ମିଡିଆରେ ପୋଷ୍ଟ କରି ଫସିଗଲେ ବିରାଟ, ଏବେ ହେବ କାର୍ଯ୍ଯାନୁଷ୍ଠାନ

ଇଂଲଣ୍ଡ ସହିତ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ବିବାଦରେ ଫସିଲେ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି। ନିକଟରେ ବିରାଟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିବାଦରେ ଫସିଯାଇଛନ୍ତି।

ବିରାଟ ଇନଷ୍ଟାଗ୍ରାମରେ ଏକଷ୍ଟୋରୀ ପୋଷ୍ଟ କରି ଲଭଲି ପ୍ରଫେସନାଲ ୟୁନିଭରସିଟିର ପ୍ରଚାର କରିଥିଲେ ଆଉ ଏଥିରେ ଅଲମ୍ପିକ ଖେଳାଳିଙ୍କର ମଧ୍ୟ ଆଲୋଚନା କରିଥିଲେ। ବିରାଟ ଲଭଲି ପ୍ରଫେସନାଲ ୟୁନିଭରସିଟିର ପୋଷ୍ଟ କରି ସେଥିଲେ କହିଥିଲେ, ‘ବହୁତ ଭଲ ରେକର୍ଡ, ଅଲିମ୍ପିକ୍ସରେ ୧୦ ପ୍ରତିଶତ ଖେଳାଳି ଲଭଲି ପ୍ରଫେସନାଲ ୟୁନିଭରସିଟିର। ମୁଁ ଆଶା କରୁଛି କି ଆଗାମୀ ସମୟରେ ଏହି ୟୁନିଭରସିଟିରୁ ଖେଳାଳି କ୍ରିକେଟ ମଧ୍ୟ ଖେଳିବାକୁ ଆସନ୍ତୁ, ଜୟ ହୀନ୍ଦ୍ ’ । ଏହି ପୋଷ୍ଟ କରିବା ପରେ ଲୋକ ବିରାଟଙ୍କୁ ନେଇ ଅନେକ ଚର୍ଚ୍ଚା କରିଛନ୍ତି। କିନ୍ତୁ ଆଡର୍ଭଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ ବିରାଟଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି।

 

View this post on Instagram

 

A post shared by Virat Kohli (@virat.kohli)

ଏକ ରିପୋର୍ଟ ମୁତାବକ, ଆଡର୍ଭଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ ବିରାଟଙ୍କୁ ଏକ ନୋଟିସ ପଠାଇଛି। ASCI ର ନୂଆ ନିର୍ଦ୍ଦେଶ ଅନୁସାରେ, ପୋଷ୍ଟରେ କୌଣସି ସ୍ପଷ୍ଟୀକରଣ ନଥିଲା ଯାହା ଜରୁରୀ। ASCI ଏବେ ବିଜ୍ଞାପନକାରୀ ଏବଂ ବିରାଟଙ୍କୁ ଏକ ପତ୍ର ଲେଖିଛି। ଯାହା ପରେ ବିରାଟ କୋହଲିଙ୍କୁ ନିଜର ସୋସିଆଲ ମିଡିଆ ପୋଷ୍ଟ ବିଷୟରେ ଜବାବ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.