କେରଳରେ ଗତ ୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ପୁଣି ଶନିବାର ଓ ରବିବାର ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

କେରଳ: ଚିନ୍ତା ବଢାଉଛି କେରଳ। କେରଳରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ ସଂକ୍ରମିତ ହୋଇଛି । ସଂକ୍ରମଣ ବଢୁଥିବାରୁ ଶନିବାର ଓ ରବିବାର ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଦେଶର ମୋଟ ଆକ୍ରାନ୍ତର ୫୦ ପ୍ରତିଶତ କେସ୍‌ କେବଳ କେରଳର ।

ବର୍ତ୍ତମାନ ଦେଶରେ ପ୍ରାୟ ୩ ଲକ୍ଷ ୯୭ ହଜାର ଆକ୍ଟିଭ କେସ୍‌ ରହିଛି । ସେଥିମଧ୍ୟରୁ ଏକ ଲକ୍ଷ ୪୯ ହଜାର ଆକ୍ସିଭ ମାମଲା କେବଳ କେରଳର । ରାଜ୍ୟର ଅନେକ ଜିଲ୍ଲାରେ ହଠାତ୍‌ ସଂକ୍ରମଣ ସଂଖ୍ୟା ବଢି ଦୁଇଗୁଣ ହୋଇଛି । ଏହାକୁ ନଜରରେ ରଖି ୬ ସଦସ୍ୟ ବିଶିଷ୍ଟ ଏକ ଟିମ୍‌କୁ ରାଜ୍ୟକୁ ପଠାଇଛି କେନ୍ଦ୍ର । ରାଜ୍ୟର ସ୍ଥିତି ପରଖିବା ସହ ରାଜ୍ୟ ସରକାର ସହ ମିଶି କାମ କରିବ ଏହି ଟିମ୍‌ ।

ଦେଶରେ ଗତ ୨୪ଘଣ୍ଟାରେ ୪୩ହଜାର ୫୦୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୬୪୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଦେଶରେ ଆକ୍‌ଟିଭ୍‌ କେସ୍‌ ରହିଛି ୪ଲକ୍ଷ ୩ ହଜାର ୮୪୦। ସୁସ୍ଥତା ହାର ରହିଛି ୯୭. ୩୮ ପ୍ରତିଶତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.