OnePlus ଲଭରଙ୍କ ପାଇଁ ଖୁସି ଖବର ! ଜୁଲାଇ ୨ରେ ଭାରତରେ ଲଞ୍ଚ କରିବ ଶସ୍ତା-ସୁନ୍ଦର-ମଜବୁତ ଟିଭି, ଜାଣନ୍ତୁ କେତେ ରହିବ ଦାମ

ଓ୍ଵାନପ୍ଲସର ନୂଆ ସ୍ମାର୍ଟ ଟିଭି ଅପେକ୍ଷା କରିଥିବା ୟୁଜର୍ସଙ୍କ ପାଇଁ ଖୁସି ଖବର। କମ୍ପାନୀ ୨ ଜୁଲାଇରେ ଭାରତରେ ଲଞ୍ଚ ହେବାକୁ ଯାଉଛି ନୂଆ ଓ୍ଵାନପ୍ଲସ ଟିଭି। ତେବେ ହେଲା ନା ଏହା ଖୁସି ଖବର। ହଁ ଆଜ୍ଞା ଓ୍ଵାନପ୍ଳସ ସ୍ମାର୍ଟ ଟିଭି ପାଇଁ ଅନେକ ଲୋକ ଚାତକ ଭଳି ଚାହିଁ ରହିଥିଲେ। ତେବେ ଆଉ ଗୋଟେ ଖୁସି କଥା ହେଉଛି କମ୍ପାନୀ ଏହାର ଦାମ ଶସ୍ତା ରଖିପାରେ ବୋଲି ଅନୁମାନ କରାଯାଉଛି। କମ୍ପାନୀ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଅପକମିଙ୍ଗ ସ୍ମାର୍ଟ ଟିଭିର ଦାମକୁ ଟିଜ୍‌ କରାଯାଇଛି।

କମ୍ପାନୀ ଟ୍ଵିଟ କରି ଜଣାଇଛି ଯେ ନୂଆ ଓ୍ଵାନପ୍ଲସ ଟିଭି 1x,999ର ପ୍ରାଇସଟ୍ୟାଗ ଆସିବ। ଏମିତିରେ ଅନୁମାନ କରାଯାଉଛି ଯେ ନୂଆ ଟିଭିର ଦାମ ୧୦,୯୯୯ ଟଙ୍କାରୁ ୧୯,୯୯୯ ଟଙ୍କା ହୋଇପାରେ।

ଲଞ୍ଚ ହୋଇପାରେ ଦୁଇଟି ଓ୍ଵାନପ୍ଳସ ଟିଭି

ଅନୁମାନ କରାଯାଉଛି ଯେ କମ୍ପାନୀ ଏଥର ଭାରତରେ ଦୁଇ ନୂଆ ସ୍ମାର୍ଟ ଟିଭି ଲଞ୍ଚ କରିପାରେ। ଗୋଟେ ଟିଭି ବଜେଟ ସେଗମେଣ୍ଟ ଏବଂ ଅନ୍ୟ ଏକ ଟିଭି ମିଡ-ରେଞ୍ଜ ସେଗମେଣ୍ଟର ହୋଇପାରେ। ରିପୋର୍ଟ ଅନୁଯାୟୀ ଏହି ଟିଭିର ବଜେଟ ସ୍ମାର୍ଟ ଟିଭି ୧୫ ହଜାର ଟଙ୍କା ହୋଇପାରେ। ଅନ୍ୟପଟେ କିଛି ରିପୋର୍ଟ ଅନୁଯାୟୀ ମଧ୍ୟ କୁହାଯାଉଛି ଯେ ବଜେଟ ଲାଇନଅପରେ ଏକ ରୁ ଅଧିକ ସ୍ମାର୍ଟ ଟିଭି ଆସିପାରେ। ଯାହାର ଦାମ ୨୦ ରୁ ୪୦ ହଜାର ଟଙ୍କା ଭିତରେ ହୋଇପାରେ।

ବ୍ଲୁଟୁଥ SIG ଉପରେ ଦେଖାଯାଇଥିଲା ୫୫ ଇଞ୍ଚର ଟିଭି

ଏହି ରିପୋର୍ଟ ଅନୁଯାୟୀ ଯେତେବେଳେ କିଛି ସପ୍ତାହ ପୂର୍ବରୁ ବ୍ଲଟୁଥ SIGରେ ୫୫ ଇଞ୍ଚର ଏକ ଓ୍ଵାନପ୍ଲସ ଟିଭିକୁ ସ୍ପଟ କରାଯାଇଥିଲା, ଯାହାର ମଡେଲ ନମ୍ବର 55UA0A00 ଥିଲା। ଟିଭି ସହିତ ଏକ RC-003A ମଡେଲ ନମ୍ବର ବିଶିଷ୍ଟ ଏକ ରିମୋର୍ଟକୁ ମଧ୍ୟ ଦେଖାଯାଇଥିଲା। ଖବର ଅନୁଯାୟୀ ଓ୍ଵାନପ୍ଲସର ନୂଆ ଟିଭି ମିଡିୟାଟେକ ଚିପସେଟ ସହିତ ଆସିବ।

tv1୨୦୧୮ରେ ଲଞ୍ଚ କରାଯାଇଥିଲା ଦୁଇଟି ସ୍ମାର୍ଟ ଟିଭି

କମ୍ପାନୀ ୨୦୧୮ ମସିହାରେ ସ୍ମାର୍ଟ ଟିଭି ସେଗମେଣ୍ଟରେ ଏଣ୍ଟ୍ରି କରିଥିଲା। ସେହି ବର୍ଷରେ କମ୍ପାନୀ ଦୁଇଟି ସ୍ମାର୍ଟ ଟିଭି ଓ୍ଵାନପ୍ଲସ ଟିଭି Q1  ଏବଂ Q1 ପ୍ରୋକୁ ଭାରତରେ ଲଞ୍ଚ କରିଥିଲା। କିନ୍ତୁ କମ୍ପାନୀକୁ ଏହି ଟିଭିରେ ଏକେ ଭଲ ରେସପୋନ୍ସ ମିଳିଲାନାହିଁ ଯେତିକି କମ୍ପାନୀ ଆଶା କରିଥିଲା। ଏପରି ହେବାର ସବୁଠାରୁ ବଡ କାରଣ ହୋଇପାରେ ଓ୍ଵାନପ୍ଲସ ଟିଭିର ମହଙ୍ଗା ଦାମ। ୨୦୧୮ରେ ଲଞ୍ଚ ହୋଇଥିବା ଓ୍ଵାନପ୍ଲସ ଟିଭି ଷ୍ଟାଣ୍ଡାର୍ଡ ମଡେଲର ଦାମ ୬୯,୯୯୦ ଟଙ୍କା ଏବଂ ପ୍ରୋ ମଡେଲର ଦାମ ୯୯,୯୦୦ ଟଙ୍କା ଥିଲା।

ଏବେ ଏମିତି ଲାଗୁଛି ଯେ କମ୍ପାନୀ ନୂଆ ପ୍ରାଇସିଂ ଷ୍ଟ୍ରାଟେଜୀ ସହିତ ନୂଆ ଟିଭି ଲଞ୍ଚ କରିବା ପାଇଁ ନିଷ୍ପତ୍ତି କରିଛି। ଏଥିପାଇଁ କମ୍ପାନୀ ପ୍ରିମିୟମ ସେଗମେଣ୍ଟରେ ନିଜର ଫୋକସ ମଧ୍ୟ ହଟାଉଛି। ୨ ଜୁଲାଇକୁ ଲଞ୍ଚ ହେବାକୁ ଥିବା ଓ୍ଵାନପ୍ଲସ ଟିଭି ସାଓମିର Mi TV ଏବଂ ରିୟଲମି ସ୍ମାର୍ଟ ଟିଭିକୁ କଡା ଟକ୍କର ଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.