Below header

ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ବାତିଲ କଲେ ରାଜ୍ୟ ସରକାର, ଉଠିଥିଲା ଛାତ୍ରଛାତ୍ରୀଙ୍କ ବିରୋଧର ସ୍ବର

କେନ୍ୟୁଜ୍ (ବ୍ୟୁରୋ): ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ବାତିଲ କଲେ ରାଜ୍ୟ ସରକାର। ପୂର୍ବରୁ  କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର କିନ୍ତୁ ଭୂତାଣୁର ଭୟାବହତା ଏବଂ ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଉଚ୍ଚଶିକ୍ଷା ବିଭାଗ ଶେଷରେ ଫାଇନାଲ୍ ପରୀକ୍ଷାକୁ ବାତିଲ୍ କରିଛି। ଆଜି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଫିଡ୍‌ବ୍ୟାକ୍ ନେଇଥିଲେ ରାଜ୍ୟ ସରକାର। ପରାମର୍ଶ କ୍ରମେ ସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମର ଫାଇନାଲ୍ ସେମିଷ୍ଟାରକୁ ବାତିଲ କରିବା ସହ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅପରପକ୍ଷେ କିଛି ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍ ପରୀକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି।ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଫାଇନାଲ୍ ଏବଂ ଫାଇନାଲ୍ ସେମିଷ୍ଟାରର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ବିକଳ୍ପ ମୂଲ୍ୟାୟନ ଜରିଆରେ ପ୍ରତ୍ୟେକ ବିଷୟ ପାଇଁ ମୂଲ୍ୟାୟନ କରି ମାର୍କ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି।

ପୂର୍ବରୁ କରୋନା ଭୂତାଣୁର ଭୟାବହତା ଭିତରେ ସରକାରଙ୍କ ପରୀକ୍ଷା ନିଷ୍ପତ୍ତି ବିରୋଧରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିରୋଧର ସ୍ୱର ଦେଖିବାକୁ ମିଳିଥିଲା। ବିଜେବି, ବିପିୟୁଟି, ରମାଦେବୀ,ଭିଏସ୍ଏସ୍‌ୟୁଟି, ସବୁଠି ଛାତ୍ରଛାତ୍ରୀଙ୍କ ବିରୋଧର ସ୍ବର ଦେଖିବାକୁ ମିଳିଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ବିରୋଧକୁ ଦେଖି ଫାଇନାଲ୍ ସେମିଷ୍ଟାର ପରୀକ୍ଷାକୁ ବାତିଲ୍ କରିଛି  ଉଚ୍ଚଶିକ୍ଷା ବିଭାଗ।ଆଜି ରାଜ୍ୟର ସବୁ କଲେଜର ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନ  କରିବା ପରେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.