Below header

ମୋହନା : ଭୁଲ କରି ତୋଡ଼ ଦେଖାଇଲେ ଜନସେବା କେନ୍ଦ୍ର ମାଲିକ, ତହସିଲଦାରଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କ ଠାରୁ ଛଡ଼ାଇ ନେଲେ କ୍ୟାମେରା

ମୋହନା (କେ ନ୍ୟୁଜ୍‌) : କରୋନା ମହାମାରୀକୁ ପ୍ରତିହତ କରିବା ଲକ୍ଷ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ବିଭିନ୍ନ କଟକଣା ଜାରି କରିଛନ୍ତି । ସମସ୍ତ ଦୋକାନ ବଜାର ଖୋଲିବା ସମୟ ସକାଳ ୫ଟାରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ନିର୍ଦ୍ଧାରିତ କରାଯାଇଛି । ତେବେ ଗତ ବୁଧବାର ଦିନ ମୋହନା କୋର୍ଟ ନିକଟସ୍ଥ ଏକ ଜନସେବା କେନ୍ଦ୍ର ଦିନ ୧୨.୩୦ ପର‌୍ୟ୍ୟନ୍ତ ଖୋଲା ଯାଇଥିଲା । ସେଠାରେ ପ୍ରବଳ ଭିଡ ଜମିଥିବା ଦେଖି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଜନସେବା କେନ୍ଦ୍ରରେ ପହଞ୍ଚି ତଦନ୍ତ କରିଥିଲେ । କୋଭିଡ ନିୟମ ସମ୍ପର୍କରେ ବୁଝାଇଥିଲେ । ଏହା ସହ ଦୋକାନରେ ଆବଶ୍ୟକତା ଠାରୁ ଅଧିକ ଭିଡ଼ ଜମେଇବା ସହ ସାନିଟାଇଜର ରଖାଯାଇ ନଥିବା ଯୋଗୁଁ ଫାଇନ ମଧ୍ୟ ପକାଇଥିଲେ ।

MOHANA-2ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ଏହାର ଫଟୋ ଉଠାଇବାରୁ ଜନସେବା କେନ୍ଦ୍ର ପରିଚାଳକ ଉତ୍ତେଜିତ ହୋଇ ତାଙ୍କ ଠାରୁ କ୍ୟାମେରା ଛଡ଼ାଇ ନେବା ସହ ଦୁର୍ବ୍ୟବହାର କରିଥିଲେ । ତେବେ ତହସିଲଦାରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ଏବଂ ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.