ସମ୍ରାଟ୍‌ ହିଟ୍‌ଲର ପ୍ରେମିକାଙ୍କୁ ବିବାହ କରିବାର କିଛି ଘଣ୍ଟା ପରେ କରିଥିଲେ ଆତ୍ମହତ୍ୟା, ଜାଣନ୍ତୁ ଚକିତ କରିଦେଲା ଭଳି କାହାଣୀ

ହିଟ୍‌ଲରଙ୍କ ଜୀବନ ଶୈଳିକୁ ନେଇ ବହୁ ରୋମାଞ୍ଚକର କାହାଣୀ ରହିଛି । କାହା ଦୃଷ୍ଟିରେ ହିଟ୍‌ଲର ହିରୋ ଥିବା ବେଳେ କାହା ଦୃଷ୍ଟିରେ ଥିଲେ କ୍ରୁର ଶାସକ । ହେଲେ କମ୍‌ ଲୋକଙ୍କୁ ଜଣାଥିବ ଯେ ହିଟ୍‌ଲରଙ୍କୁ ଏକ ଝିଅ ସହ ପ୍ରେମ ହୋଇଥିଲା । ଝିଅଙ୍କ ନାମ ଥିଲା ଇଭା ବ୍ରାଉନ୍‌ । ତାଙ୍କ ବୈବାହିକ ଜୀବନ ଥିଲା ମାତ୍ର କେଇ ଘଣ୍ଟାର । ବିବାହର ଗୋଟିଏ ଦିନ ପରେ ହିଟ୍‌ଲର ହିଟ୍‌ଲର ନିଜକୁ ଗୁଳି ମାରି ହତ୍ୟା କରିଥିବା ବେଳେ ପତ୍ନି ଇଭା ସାଇନାଇଡ୍‌ କ୍ୟାପ୍‌ସୁଲ୍‌ ଖାଇ ଆତ୍ମ ହତ୍ୟା କରିଥିଲେ ।

hitler.jpg-1

ହିଟ୍‌ଲରଙ୍କ ବାଲ୍ୟ ଜୀବନ ବହୁ ସଂଘର୍ଷ ପୂର୍ଣ୍ଣ ଥିଲା । ତାଙ୍କୁ ଯେତେବେଳେ ମାତ୍ର ୧୭ ବର୍ଷ ସେତେବେଳେ ସେ ତାଙ୍କର ପିତାଙ୍କୁ ହରାଇ ଥିଲେ । ସେତେବେଳେ ଚିତ୍ର ଆଙ୍କି କରି ନିଜର ଜୀବୀକା ନିର୍ବାହ କରୁଥିଲେ । ପ୍ରଥମରୁ ହିଟ୍‌ଲରଙ୍କ ମନରେ ସାମ୍ୟାବାଦ ଓ ୟୁହିଦିଙ୍କ ପ୍ରତି ଘୃଣା ଥିଲା । ପ୍ରଥମ ବିଶ୍ୱ ଯୁଦ୍ଧ ପରେ ୧୯୩୩ରେ ସେ ଜର୍ମାନରେ ସମାଜବାଦୀ ଓ୍ଵାର୍କର୍ସ ପାର୍ଟିକୁ କ୍ଷମତାକୁ ଆଣି ହୋଇଥିଲେ ସମ୍ରାଟ ।

hitler.jpg-2

ୟୁହିଦିଙ୍କ ପ୍ରତି ଥିବା ଘୃଣା ଦେଶରେ ନରସଂହାର ରୂପ ନେଇଥିଲା । ତାଙ୍କର ୬ ବର୍ଷର ଶାସନ କାଳରେ ପ୍ରାୟ ୬୦ ଲକ୍ଷ ୟୁହିଦିଙ୍କ ହତ୍ୟା କରାଯାଇଥିଲା । ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଶିଶୁ ଥିଲେ । ତାଙ୍କ ଜୀବନର ଆଉ ଏକ ସତ୍ୟ ଘଟଣା ପ୍ରାୟ କମ୍‌ ଲୋକଙ୍କୁ ଜଣାଥିବ ଯେ ହିଟ୍‌ଲରଙ୍କୁ ଏକ ଝିଅ ସହ ପ୍ରେମ ହୋଇଥିଲା । ଝିଅଙ୍କ ନାମ ଥିଲା ଇଭା ବ୍ରାଉନ୍‌ । ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ । ହେଲେ ତାଙ୍କ ବୈବାହିକ ଜୀବନ ଥିଲା ମାତ୍ର କେଇ ଘଣ୍ଟାର ।

hitler.jpg-23JPG

ହିଟ୍‌ଲରଙ୍କୁ ଯେତେବେଳେ ୪୦ ବର୍ଷ ଇଭାଙ୍କର ବୟସ ଥିଲା ମାତ୍ର ୧୭ ବର୍ଷ । ହିଟ୍‌ଲର ସେତେବେଳେ ଏହି ତଥ୍ୟ ଲୁଚାଇ ଥିଲେ । କାରଣ କେହି ନ ଜାଣୁ ଯେ ହିଟ୍‌ଲରଙ୍କୁ ନିଜ ଦେଶ ପ୍ରେମ ଅପେକ୍ଷା ଅନ୍ୟ କାହା ପ୍ରତି ପ୍ରେମ ଅଛି ବୋଲି । ସେ ଯାହା ହେଉ ଦୁହେଁ ୧୯୪୫ ମସିହା ଅପ୍ରେଲ ୨୯ରେ ବିବାହ କରିଥିଲେ । ହେଲେ ବିବାହର ଗୋଟିଏ ଦିନ ପରେ ହିଟ୍‌ଲର ଅପ୍ରେଲ ୩୦ ତାରିଖରେ ଆତ୍ମ ହତ୍ୟା କରିଥିଲେ ।

Hitler-and-Eva

ଆତ୍ମ ହତ୍ୟା କରିବା ପୂର୍ବରୁ ସେ ତାଙ୍କର ପ୍ରିୟ କୁକୁରକୁ ମଧ୍ୟ ବିଷ ଦେଇଥିଲେ । କକୁରକୁ ବିଷ ଦେଇ ଜାଣିବାକୁ ଚାହୁଁଥିଲେ ଯେ ବିଷ କ୍ରିୟାରେ କୁକୁର ମରୁଛି କି ନାହିଁ । ମାତ୍ର କୁକୁର ମରିଯାଇଥିଲା । ସେ ନିଜର ମୃତ୍ୟୁକୁ ନେଇ ଏତେ ଭୟଭୀତ ଥିଲେ ଯେ କାଳେ ବିଷ କାମ ନକରିବ ଓ ସେ ଶତ୍ରୁଙ୍କ ହାତରେ ଧରାପଡ଼ି ଯିବେ ।

ହିଟଲ୍‌ର ଓ ଇଭା ସେଦିନର ମଧ୍ୟାହ୍ନ ଭୋଜନ ପରେ ପ୍ରାୟ ୩ଟା ରେ ଆତ୍ମ ହତ୍ୟା କରିଥିଲେ । ହିଟ୍‌ଲର ନିଜକୁ ଗୁଳି ମାରି ହତ୍ୟା କରିଥିବା ବେଳେ ପତ୍ନି ଇଭା ସାଇନାଇଡ୍‌ କ୍ୟାପ୍‌ସୁଲ୍‌ ଖାଇ ଆତ୍ମ ହତ୍ୟା କରିଥିଲେ । ହିଟ୍‌ଲର ମୃତ୍ୟୁ ପୂର୍ବରୁ କହିଥିଲେ ଯେ ଯଦି ମୁଁ ମରିଯାଏ ତେବେ ମୋର ଶରୀରକୁ ପୋଡ଼ି ଦେବ ।

ଯଦିଓ ଇସାଇମାନେ ମୃତ ଦେହକୁ ନ ପୋଡ଼ି ପୋତି ଥାନ୍ତି । ହେଲେ ହିଟ୍‌ଲର୍‌ଙ୍କୁ ଭୟ ଥିଲା କାଳେ ଶତ୍ରୁମାନେ ମାଟିରୁ ଶବ ବାହାର କରି ତା’ ଉପରେ ତାଙ୍କର କ୍ରୋଧ ସୁଝାଇବେ । ସବୁଠୁ ବଡ କଥା ଥିଲା ହିଟ୍‌ଲର ଯେଉଁ ଇହୁଦିଙ୍କୁ ଘୃଣା କରୁଥିଲେ ତାଙ୍କର ପ୍ରଥମ ପ୍ରେମ ଜଣେ ଇହୁଦି ଝିଅଙ୍କ ପ୍ରତି ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.