Below header

ଅନ୍‌ଲାଇନ ସର୍ଚ୍ଚ କରୁଛନ୍ତି କି ? ହୁଅନ୍ତୁ ସାବଧାନ, ଆପଣ ହୋଇପାରନ୍ତି କ୍ଷତିର ଶିକାର

ନୂଆଦିଲ୍ଲୀ : ଆଜିକାଲି ଅନ୍‌ଲାଇନ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ମଗାଇବା ଠାରୁ ଆରମ୍ଭ କରି ବିଭିନ୍ନ ସାଇଟର ସର୍ଚ୍ଚ କରାଯାଉଛି । ହେଲେ ଏହି ସର୍ଚ୍ଚ କରିବା ବେଳେ ଆପଣ ସତର୍କ ରହୁଛନ୍ତି କି ? ନଚେତ ପଡ଼ିପାରନ୍ତି ବଡ଼ ଅସୁବିଧାରେ । ଏହାଦ୍ୱାରା ସାଇବର ଆକ୍ରମଣର ଶିକାର ହୋଇପାରନ୍ତି ।

ଇଣ୍ଟରନେଟରେ ପ୍ରାୟ ୪୦ ପ୍ରତିଶତ ଟାଫିକ ବ୍ୟାଡ୍‌ ବଟ୍ସ ର ବୋଲି ଜଣାପଡ଼ିଛି । ତେବେ ଏହି ବଟ୍ସ କ’ଣ ଅଟେ ଜାଣନ୍ତି କି ? ବଟ୍ସ ଏକ ସପ୍ଟେଓ୍ଵୟାର ପ୍ରୋଗ୍ରାମ । ଯାହାକି ଅଟୋମେଟେଡ ପ୍ରିଫଡ ଟାସ୍କ ପାଇଁ ତିଆରି କରାଯାଇଥାଏ । ସାଧାରଣ କଥାରେ କହିବାକୁ ଗଲେ ଗୁଡ ବଟ୍ସ ଆପଣଙ୍କୁ ବେପାର ଓ ଆପଣଙ୍କୁ ଫାଇଦା ପହଞ୍ଚାଇଥାଏ ।

ଯଦି ଆପଣ େଓ୍ଵବସାଇଟ କିମ୍ବା ଫ୍ରେଜ ସମ୍ପର୍କିତ କିଛି ଖୋଜିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କେତେ ପ୍ରକାର ସର୍ଚ୍ଚ ରେଜଲ୍ଟ ମିଳିବ । ଗୋଟିଏ ପକ୍ଷରେ ଏହା ସର୍ଚ୍ଚ ଇଂଜିନକୁ ସାହାଯ୍ୟ କରିଥାଏ । ଗୁଡ଼ ବୁଟ୍ସକୁ ସାଧାରଣତ ଫେସମ୍‌ କମ୍ପାନୀ ତିଆରି କରିଥାନ୍ତି । ବ୍ୟାଡ୍‌ ବୁଟ୍ସକୁ ସାଇବର ଆକ୍ରମଣ ଓ ଅବୈଧ କାମ ପାଇଁ ତିଆରି କରାଯାଇଥାଏ ।

ଅଟୋମେଟେଡ ସାଇବର ଆକ୍ରମଣ ସଂଖ୍ୟା ବଢ଼ୁଛି :

ସାଇବର ସିକ୍ୟୁରିଟି ଫର୍ମ Barracuda ରିପୋର୍ଟ ଅନୁଯାୟୀ ବ୍ୟାଡ୍‌ ବୁଟ୍ସ ସଂଖ୍ୟା ଇଣ୍ଟରନେଟ୍‌ ଟ୍ରାଫିକରେ ଜୋରରେ ବଢ଼ି ଚାଲିଛି । ଏବେ ଏହି ସଂଖ୍ୟା ୪୦ ପ୍ରତିଶତରେ ପହଞ୍ଚିଛି । କୁହାଯାଇଛି ଯେ ଇଣ୍ଟରନେଟରେ ଅଟୋମେଟେଡ ସାଇବର ଆକ୍ରମଣ ବଢ଼ି ଚାଲିଛି । ଯାହା ଇଣ୍ଟରନେଟ ପାଇଁ କ୍ଷତିକାରକ ହୋଇଛି । ତେଣୁ ୟୁଜର୍ସଙ୍କୁ ଇଣ୍ଟରନେଟରେ କିଛି ବି ସର୍ଚ୍ଚ କଲାବେଳେ ସତର୍କ ରହିବା ଦରକାର । Barracuda ରିସର୍ଚ୍ଚ ୨୦୨୧ ପ୍ରଥମ ୬ ମାସର ବିଶ୍ଲେଷଣରୁ ଏହି ତଥ୍ୟ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.