ରେଳ ମନ୍ତ୍ରୀ ପରେ ଆଦିବାସୀ କଲ୍ୟାଣ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ, ୬ ଦିନିଆ ଓଡ଼ିଶା ଗସ୍ତରେ ବିଶ୍ୱେଶ୍ୱର ଟୁଡୁ

କେନ୍ୟୁଜ୍(ବ୍ୟୁରୋ): ଛଅଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରୁ ସେ ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ସିଧା ପୁରୀ ଗସ୍ତ କରିଛନ୍ତି ।

ପୁରୀରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ କାମନା କରିଥିଲେ । ଏହାପରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀ ହେବା ପରେ ବିଶ୍ୱେଶ୍ୱର ଟୁଡୁଙ୍କ ଏହା ପ୍ରଥମ ପୁରୀ ଗସ୍ତ । କେନ୍ଦ୍ରମନ୍ତ୍ରୀ ଟୁଡୁ ମୟୂରଭଞ୍ଜ ଜିଲ୍ଲାରେ ଜନ ଆଶୀର୍ବାଦ ଯାତ୍ରା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.