ଲଞ୍ଚ ହେଲା OPPO A91 ଏବଂ OPPO A8 ସ୍ମାର୍ଟଫୋନ, କମ ଦାମରେ ମିଳବ ଦମଦାର ଫିଚର୍ସ

oppo ନିଜର ଶସ୍ତା A-ସିରିଜର A91ଏବଂ A8 ସ୍ମାର୍ଟଫୋନ ଲଞ୍ଚ କରିଛି। oppo A8 ଏକ ବଜେଟ ଫ୍ରେଣ୍ଡଲୀ ଫୋନ ହୋଇଥିବା ବେଳେOPPO A91 ଏକ ମିଡ ରେଞ୍ଜର ଡିଭାଇସ୍‌। ସୁଇଟି ସ୍ମାର୍ଟଫୋନକୁ ବଡ ଡିସପ୍ଲେ ଏବଂ ଆଣ୍ଡ୍ରୋଏଡ୍‌ 9 pai ଆଉଟ ଅଫ୍‌ ଦ ବକ୍ସ ସହ ଲଞ୍ଚ କରାଯାଇଛି। ଭାରତରେ ଏହି ଫୋନ କେବେ ଲଞ୍ଚ ହେବ ତାହା ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଆଜି ଆମେ ଆପଣଙ୍କୁ ଏହି ଦୁଇଟି ସ୍ମାର୍ଟଫୋନର  ସ୍ପେସିଫିକେସନ, ପ୍ରାଇଜ୍‌ ଏବଂ ଫିଚର୍ସ ସମ୍ପର୍କରେ ଜଣାଇବୁ।

OPPO A91 ରେ 6.4 inch AMOLED ଡିସପ୍ଲେ ରହିଛି। ସ୍ମାର୍ଟଫୋନର ଏସ୍ପେକ୍ଟ ରେସ୍ୟୋ20:9 ଏବଂ ଏଥିରେ 90. 7 % ସ୍କ୍ରିନ୍‌ ଟୁ ବଡି ରେସ୍ୟୋ ରହିଛି। ଏଥିସହ ଫୋନରେ ଫୁଲ ଏଚଡି ପ୍ଲସ ରିଜଲ୍ୟୁସନ ଦିଆଯାଇଛି। ଫୋନର ଡିସପ୍ଲେ ଆଇ ପ୍ରୋଟେକ୍ସନ ମୋଡ ଏବଂ ଡିସୀ ଡିମିଂଗ 2.0 ସପୋର୍ଟ ସହ ଲଞ୍ଚ ହୋଇଛି। ଫୋନରେ ଏହି ସ୍କ୍ରିନ ଫିଙ୍ଗରପ୍ରିଣ୍ଟ ସେଂସର ରହିଛି। ଫୋନରେ 4, 025 mAh ବ୍ୟାଟେରୀ ମଧ୍ୟ ରହିଛି। oppo A91 ରେ VOOC 4.0 ପାଷ୍ଟ ଚାର୍ଜିଂଗ ଟେକ୍ନୋଲୋଜି ଏବଂ USB-C ର ଫିଚର ରହିଛି।

oppo a9ଫୋନରେ Media Tek Helio P70 8GB ରାମ୍‌ ଏବଂ 128 GB ଷ୍ଟୋରେଜ୍‌ରୁ କମ ରହିଛି, ଯାହା ମାଇକ୍ରୋଏସଡୀ ସ୍ଲଟ ମାଧ୍ୟମରେ ବିସ୍ତାର ଯୋଗ୍ୟ। ଫୋନର ପଛପଟେ 48 ମେଗାପିକ୍ସଲର ମେନ୍‌ କ୍ୟାମେରା, 8 ମେଗୋପିକ୍ସଲର ଅଲ୍ଟ୍ଯା ଓ୍ଵାଇଡ ଲେସ୍‌, 2 ମେଗାପିକ୍ସଲର ମାକ୍ରୋ ଲେନ୍ସ ରହିଛି। ଏହି କ୍ୱାଡ କ୍ୟାମରୋ ସେଟଅପ୍‌ ରେ 4th ସେଂସର 2 ମେଗାପିକ୍ସଲର ରହିଛି। ଫୋନରେ ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ 16 ମେଗାପିକ୍ସଲର କ୍ୟାମେରା ରହିଛି।

oppoa8Oppo A8 ରେ 6.5 inch HD+ ଡିସପ୍ଲେ ରହିଛି। ଫୋନର ଏସ୍ପେକ୍ଟ ରେସ୍ୟୋ 19:9 । କମ୍ପାନୀ ଫୋନରେ Media Tek Helio P35 ଚେପସେଟ ଦେଇଛି। ଏଥିରେ 4GB ରାମ୍‌ ସହ128GB ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ଫୋସନର ଷ୍ଟୋରେଜକୁ ମାଇକ୍ରୋ ଏସଡି କାର୍ଡ ଜରିଆରେ ବଢାଯାଇପାରିବ।

ଏହି ଫୋନରେ ୧୨ ମେଗାପିକ୍ସଲର ପ୍ରାଇମେରୀ ସେଂସର ରହିଛି , ଯାହା 2 ମେଗାପିକ୍ସଲ ମାକ୍ରୋ ଲେନ୍ସ ସହ2 ମେଗାପିକ୍ସଲର ଡେପ୍ଥ ଲେନ୍ସ ରହିଛି। ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ 8 ମେଗାପିକ୍ସଲର କ୍ୟାମେରା ରହିଛି। ଏଥିସହ ଫୋନରେ ରିୟର ଫେସିଙ୍ଗ ଫିଙ୍ଗରପ୍ରିଣ୍ଟ ରିଡର ରହିଛି। କମ୍ପାନୀ ଫୋନରେ 4, 230 mAh ବ୍ୟାଟେରୀ ଦେଇଛି। ଏହି ଆଣ୍ଡ୍ରୋଏଡ୍‌ ଫୋନ 9.0 pai OS ଆଉଟ୍‌ ଅଫ ଦ ବକ୍ସ ସହ ଲଞ୍ଚ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.