Below header

ଧମାଲ କରିବାକୁ ଆସିଲା Oppo A79 5G ସ୍ମାର୍ଟଫୋନ, ୨୦ ହଜାର ଟଙ୍କାରୁ ବି କମ ଦାମରେ ମିଳୁଛି ଏହି ଫୋନ

Oppo ୬.୭୨ ଇଞ୍ଚର FHD+ ଡିସପ୍ଲେ ଏବଂ 50MP ଟ୍ରିପଲ କ୍ୟାମେରା ସେଟଅପ ସହିତ A79 5G ସ୍ମାର୍ଟଫୋନ ମାର୍କେଟରେ ଲଞ୍ଚ କରିଛି । ଯାହା ଆପଣଙ୍କୁ ଓପୋ ଷ୍ଟୋର, ଫ୍ଲିପକାର୍ଟ, ଆମାଜନ ଏବଂ ବିଭିନ୍ନ ରିଟେଲ ଷ୍ଟୋର ମାଧ୍ୟମରେ ଉପଲବ୍ଧ ହେବ ।

ନିକଟରେ Oppo ଭାରତରେ ନିଜର ଲାଟେଷ୍ଟ ମଡେଲ A79 5G ସ୍ମାର୍ଟଫୋନ ମାର୍କେଟରେ ଲଞ୍ଚ କରିଛି । Oppoର ଏହି ସ୍ମାର୍ଟଫୋନ ୯୦Hz ରିଫ୍ରେଶ ରେଟ, ମଜବୁତ IP54 ରେଟିଂ, ୫୦MP ଟ୍ରିପଲ କ୍ୟାମେରା ସେଟଅପ, ମିଡିଆଟେକ ୬୦୨୦SoC, 8GB RAM ଏବଂ Android 13 ରେ ColorOS 13 ସହିତ ୬.୭୨ ଇଞ୍ଚର FHD+ ଡିସପ୍ଲେ ପ୍ରଦାନ କରିଛି । ଏହି ଡିଭାଇସର ମୂଲ୍ୟ ୧୯,୯୯୯ ଟଙ୍କା । ଏହା ୨୮ ଅକ୍ଟୋବର ୨୦୨୩ରେ ମାର୍କେଟକୁ ଆସିଛି । ଯାହା ଆପଣଙ୍କୁ ଓପୋ ଷ୍ଟୋର, ଫ୍ଲିପକାର୍ଟ, ଆମାଜନ ଏବଂ ବିଭିନ୍ନ ରିଟେଲ ଷ୍ଟୋର ମାଧ୍ୟମରେ ଉପଲବ୍ଧ ହେବ ।

ଏହା ବ୍ୟତୀତ, ଓପୋ ଦିପାବଳୀ ପାଇଁ ଛୁଟି ଦିନକୁ ଧ୍ୟାନରେ ରଖି ନିର୍ଦ୍ଦିଷ୍ଟ ପ୍ରଡକ୍ଚ ଉପରେ ଡିସକାଉଣ୍ଟ ମଧ୍ୟ ଦେଉଛି । ଗ୍ରାହକମାନେ ୪୦୦୦ ଟଙ୍କାର କ୍ୟାସବ୍ୟାକ୍‌ ପାଇବାର ସୁଯୋଗ ପାଇପାରିବେ । କେବଳ ଏତିକି ନୁହେଁ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ କାର୍ଡ, କୋଟକ୍ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା କ୍ରେଡିଟ କାର୍ଡ, ଏୟୁ ଫାଇନାନ୍ସ ବ୍ୟାଙ୍କ ଏବଂ ୱନ କାର୍ଡରେ ୯ ମାସ ପର୍ଯ୍ୟନ୍ତ No cost EMI ଅପ୍ସନର ଲାଭ ମଧ୍ୟ ରହିଛି । ଏହି ଅଫରଗୁଡିକ ଉଭୟ ମେନଲାଇନ୍ ରିଟେଲ ଆଉଟଲେଟ୍ ଏବଂ ଓପୋ ଷ୍ଟୋର୍‌ଗୁଡିକରେ ଆକ୍ସେସ କରାଯାଇପାରିବ ।

Oppo A79 5G ସ୍ପେସିଫିକେସନ୍‌:
ଏହି ସ୍ମାର୍ଟଫୋନରେ ଫାଇବ-ହୋଲ କ୍ୟାମେରା ସହିତ ୬.୭୨ ଇଞ୍ଚର FHD+ ଡିସପ୍ଲେ ରହିଛି । ଏହି ଡିସପ୍ଲେ ସହିତ ୯୦Hz ରିଫ୍ରେଶ ରେଟ୍‌ ଦିଆଯାଉଛି । Oppo A79 5G ଗ୍ଲୋଇଂ ଗ୍ରୀନ ଏବଂ ମିଷ୍ର୍ଟି ବ୍ଲାକ୍‌ କଲର ଭାରିଏଣ୍ଚରେ ମିଳୁଛି, ଯାହାର ଓଜନ ମାତ୍ର ୧୯୩ ଗ୍ରାମ । ଏହାର ସ୍ଲିମ୍‌ ପ୍ରୋଫାଇଲ ୭.୯୯ ମିମି ରହିଛି । ଏହାର ସ୍ଟାବିଲିଟି ବଢାଇବାକୁ IP54- ରେଟେଡ୍ ସ୍ମାର୍ଟଫୋନର କଠିନ ପରୀକ୍ଷଣ କରାଯାଇଛି । ଅପ୍ଟିକ୍ସ ପାଇଁ, ଓପୋ A79 5G ରେ ଟ୍ରିପଲ୍-ରିୟର କ୍ୟାମେରା ଦିଆଯାଇଛି ।

ଯେଉଁଥିରେ ୫୦MP AI କ୍ୟାମେରା, ୨MP ପୋଟ୍ରେଟ୍ କ୍ୟାମେରା ଏବଂ ୮MP ସେଲଫି କ୍ୟାମେରା ରହିଛି । A79 5G କୁ ପାୱାର ଦେଉଥିବା ମିଡିଆଟେକ ୬୦୨୦ SoC ରହିଛି , ଯେଉଁଥିରେ ଡୁଆଲ୍ 2.2GHz ଆର୍ମ କର୍ଟେକ୍ସ- A76 ପରଫର୍ମାନ୍ସ କୋର ଏବଂ ୬ ଟି 2GHz ଆର୍ମ କର୍ଟେକ୍ସ- A55 ଦକ୍ଷତା କୋର ଅନ୍ତର୍ଭୁକ୍ତ । ସ୍ମାର୍ଟଫୋନ୍ ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ସହିତ 1TB ପର୍ଯ୍ୟନ୍ତ ମାଇକ୍ରୋ SD କାର୍ଡକୁ ସପୋର୍ଟ କରିବାର ଅତିରିକ୍ତ କ୍ଷମତା ରହିଛି । ଏହି ସ୍ମାର୍ଟଫୋନ୍ ୫୦୦୦mAh ବ୍ୟାଟେରୀ ଏବଂ ୩୩W ଚାର୍ଜର ସପୋର୍ଟ କରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.