Below header

ଗାଜାରେ ମୃତ୍ୟୁସଂଖ୍ୟା ୭ ହଜାର ପାର; ଏଣେତେଣେ ପଡି ରହିଛି କୁଢ କୁଢ ଶବ, ମହାମାରୀ ଆଶଙ୍କା

ଗାଜା ଷ୍ଟ୍ରିପରେ ଲଗାତାର ବୋମା ବିସ୍ଫୋରଣ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଯୁଦ୍ଧରେ ସାତ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବହୁ ସଂଖ୍ୟକ ମୃତଦେହ କୁଢ କୁଢ ଅଳିଆଭାବେ ଗଦା ହୋଇଛି। ମୃତଦେହ ଗୁଡିକ ଚାରିଆଡେ ପଡି ରହିବା ଯୋଗୁ ମହାମାରୀର ଆଶଙ୍କା ସୃଷ୍ଟି ହେଉଛି।

ନୂଆଦିଲ୍ଲୀ : ଇସ୍ରାଏଲ ସେନାର ଭୟଙ୍କର ପ୍ରତିଶୋଧ। ଉତ୍ତର ଗାଜାରେ ସାରା ରାତି ବୋମାମାଡ଼ । ଉଭୟ ଆକାଶ ଓ ସ୍ଥଳ ଭାଗରୁ ଆକ୍ରମଣ । ହମାସର ୧୫୦ରୁ ଅଧିକ ସୁଡ଼ଙ୍ଗକୁ ଟାର୍ଗେଟ । ଛାରଖାର ଗାଜା। ଇସ୍ରାଏଲ୍-ହାମାସ୍ ଯୁଦ୍ଧକୁ ୨୨ ଦିନ ପୁରିଛି । ପୂରା ମଶାଣିରେ ପରିଣତ ହୋଇଛି ଗାଜା ଷ୍ଟ୍ରିପ୍ । ଭଙ୍ଗା କୋଠା ଜଳୁଛି ଆସବାବପତ୍ର । ଧୂଆଁ ଓ ବାରୁଦ ଗନ୍ଧରେ ଭରିଛି ଗାଜା ଆକାଶ । ଏବେ ମଧ୍ୟ ଇସ୍ରାଏଲ ସେନା ଗ୍ରାଉଣ୍ଡ୍‌ ଅପରେସନ ଜାରି ରଖିଛି । ପୁରା ଧ୍ବସ୍ତ ବିଧ୍ବସ୍ତ ହୋଇସାରିଲାଣି ଗାଜା ।

ଗାଜା ଷ୍ଟ୍ରିପରେ ଲଗାତାର ବୋମା ବିସ୍ଫୋରଣ ଜାରି ରହିଛି। ଇସ୍ରାଏଲୀ ଟ୍ୟାଙ୍କର ବୋମା ବିସ୍ଫୋରଣ ଯୋଗୁଁ ସେଠାରେ ରହୁଥିବା ୨୩ଲକ୍ଷ ଜନସଂଖ୍ୟାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଯୁଦ୍ଧରେ ସାତ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବହୁ ସଂଖ୍ୟକ ମୃତଦେହ କୁଢ କୁଢ ଅଳିଆଭାବେ ଗଦା ହୋଇଛି। ମୃତଦେହ ଗୁଡିକ ଚାରିଆଡେ ପଡି ରହିବା ଯୋଗୁ ମହାମାରୀର ଆଶଙ୍କା ସୃଷ୍ଟି ହେଉଛି। ଗାଜା ବାସିନ୍ଦା ଓମାର ଡେରୱି ଏସମ୍ପର୍କରେ କହିଛନ୍ତି, ପ୍ରିୟଜନଙ୍କୁ ନୀତି ନିୟମରେ ବିଦାୟ ଦେଇପାରୁ ନାହୁଁ । ତାଙ୍କର ଅନ୍ତିମ ସଂସ୍କାର ସମାଧିସ୍ଥଳରେ ଯାଗାଟିଏ ନାହିଁ। ଭଗବାନ ଏପରି ଦୁଖ କାହାକୁ ନ ଦିଅନ୍ତୁ।

ଅକ୍ଟୋବର ୭ ତାରିଖ ଆକ୍ରମଣ ପରଠାରୁ ଗାଜା ଉପରେ ଭୟଙ୍କର ବଦ୍‌ଲା ନେବାରେ ଲାଗିଛି ଇସ୍ରାଏଲ୍ । ୨୨ ଦିନର ଯୁଦ୍ଧରେ ଗାଜାରେ ୭ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଥିବା ବେଳେ ୧୮ ହଜାରରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଲା ଓ ଶିଶୁ । ଗାଜାର ପ୍ରାୟ ୫୦ ପ୍ରତିଶତ ଗରଦ୍ବାର ମାଟିରେ ମିଶି ସାରିଲାଣି । ପୁଣି ଇନ୍ଧନ ଅଭାବରୁ ଗାଜା ଷ୍ଟ୍ରିପ୍ ଅନ୍ଧାରରେ ରହିଥିବା ବେଳେ ବନ୍ଦ ହେବାରେ ଲାଗିଲାଣି ଗୋଟେ ପରେ ଗୋଟେ ହସ୍ପିଟାଲ । ଖାଦ୍ୟ ଓ ଜଳ ସଙ୍କଟଠାରୁ ବଳି ପଡ଼ିଲାଣି ଔଷଧ ଅଭାବ । ଔଷଧ ଅଭାବରୁ ଆତଙ୍କ ଅବସ୍ଥା ଅଧିକରୁ ଅଧିକ ସଙ୍କଟାପନ୍ନ ହେବାରେ ଲାଗିଛି ।

ଅନ୍ୟପଟେ ଇସ୍ରାଏଲର ଅଭିଯୋଗ ଅନୁସାରେ, ଏବେ ମଧ୍ୟ ହମାସର କିଛି ଆଡ୍ଡା ସକ୍ରିୟ ରହିଛି । ପ୍ରାୟ ୨୨୯ ଇସ୍ରାଏଲୀ ନାଗରିକ ବନ୍ଧକ ଭାବେ ଏବେ ମଧ୍ୟ ହମାସ ଗୋଷ୍ଠୀର କବଜାରେ ରହିଛନ୍ତି । ହମାସ ସଂଗଠନର ଶେଷ ଆତଙ୍କୀକୁ ନିପାତ କରିବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ଅପରେସନ ‘ଆଇରନ ସୋର୍ଡ’ ଜାରି ରଖିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.