Below header

ଆଜି ଭାରତରେ ଲଞ୍ଚହେବ Oppo Reno 3 Pro, ଆଗକୁ ଲଞ୍ଚ ହେବାକୁ ଥିବା ୫ଜି ସ୍ମାର୍ଟଫୋନକୁ ଦେବ କଡା ଟକ୍କର

ଚୀନର ଟେକ୍‌ କମ୍ପାନୀ ଓପୋ ଆଜି ରେନୋ ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ ରେନୋ ୩ ପ୍ରୋକୁ ଭାରତରେ ଲଞ୍ଚ କରିବାକୁ ଯାଉଛି। ୟୁଜର୍ସଙ୍କୁ ଏହି ଲାଟେଷ୍ଟ ସ୍ମାର୍ଟଫୋନରେ ପାଓ୍ଵାରଫୁଲ ପ୍ରୋସେସର, ଦମଦାର କ୍ୟାମେରା ଏବଂ ବ୍ୟାଟେରୀ ସପୋର୍ଟ ମିଳିପାରେ। ଏହାଛଡା କମ୍ପାନୀ ଏହି ଫୋନର ଅରା ବ୍ଲୁ, ସ୍କାଇ ହ୍ଵାଇଟ୍‌ ଏବଂ ମିଡନାଇଟ୍‌ ବ୍ଲାକ କଲର ଅପସନ୍‌ ସହିତ ବଜାରରେ ପ୍ରବେଶ କରିପାରେ। ସେହିପରି ଫୋନର ପ୍ରି-ବୁକିଂ ଇ-କମର୍ସ ସାଇଟ୍‌ ଆମାଜନ ଏବଂ ଫ୍ଲିପକାର୍ଟରେ ଆରମ୍ଭ ହୋଇଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଏହା ପୂର୍ବରୁ ରେନୋ ସିରିଜ୍‌ ଅନେକ ଡିଭାଇସେଜକୁ ଲଞ୍ଚ କରିଥିଲା, ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ। ତେବେ ଆସନ୍ତୁ ଜାଣିବା ଓପୋ ରେନୋ ୩ ପ୍ରୋର ସମ୍ଭାବିତ ଦାମ ଏବଂ ସ୍ପେସିଫିକେସନ୍‌ ବିଷୟରେ।

Oppo Reno 3 Proର ସମ୍ଭାବିତ ଦାମ୍‌

opooରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫୋନର ଦାମ ମିଡ୍‌ ପ୍ରିମିୟମ ରେଞ୍ଜରେ ରଖିବ। ଯଦିଓ ଏହି ଫୋନର ଅସଲ ଦାମ ଏବଂ ଫିଚର୍ସ ବିଷୟରେ ଜଣାନାହିଁ କିନ୍ତୁ ଲଞ୍ଚ ଇଭେଣ୍ଟ ପରେ ଏହିସବୁ ଜଣାପଡିବ ବୋଲି କୁହାଯାଉଛି।

Oppo Reno 3 Proର ସମ୍ଭାବିତ ସ୍ପେସିଫିକେସନ

ଲିକ୍‌ ହୋଇଥଚିବା ରିପୋର୍ଟ ଅନୁଯାୟୀ ୟୁଜର୍ସଙ୍କୁ ଏହି ଫୋନରେ ୪୮ ମେଗାପିକ୍ସେଲର ପ୍ରାଇମେରୀ ଲେନ୍ସ, ୧୩ ମେଗାପିକ୍ସେଲର ସେନସର ଏବଂ ୨ ମେଗାପିକ୍ସେଲର ସେନସର ଦିଆଯିବ। କିନ୍ତୁ ଏବେ ପଯ୍ୟର୍ନ୍ତ ଚତୁର୍ଥ ଲେନ୍ସର ସୂଚନା ମିଳିପାରିନାହିଁ। ଏହାଛଡା ଉତ୍ତମ ପରଫମରମାନ୍ସ ପାଇଁ ୧୨ ଜିବି ରାମ ଏବଂ ସ୍ନାପଡ୍ରାଗନ ୭୬୦ ୫ଜିର ସପୋର୍ଟର ଦିଆଯାଇପାରେ। ଏହାବ୍ୟତୀତ କମ୍ପାନୀ ଏହି ଡିଭାଇସରେ ୬.୫ ଇଞ୍ଚର ଏଚଡି ପଞ୍ଚହୋଲ ଡିସପ୍ଲେ ଦିଆଯାଇପାରେ, ଯାହାର ୯୦ ହଟର୍ଜ ରିଫ୍ରେସ ରେଟ ରହିଛି।

oppoooOppo Reno 3 Proର ବ୍ୟାଟେରୀ

ଓପୋର ଏହି ଫୋନରେ ୪,୦୨୫ ଏମଏଏଚ ବ୍ୟାଟେରୀ ସପୋର୍ଟ ଦିଆଯାଇପାରେ। ଅନ୍ୟପଟେ କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ କହିଛନ୍ତି ୟୁଜର୍ସଙ୍କୁ ଏହି ଡିଭାଇସରେ ଡୁଆଲ ବ୍ୟାଣ୍ଡ ୫ଜି ସପୋର୍ଟ ମିଳିବ। ଏହାସହିତ ଏହି ଫୋନ ଆଗକୁ ଲଞ୍ଚ ହେବାକୁ ଥିବା ସମସ୍ତ ୫ଜି କନେକ୍ଟିଭିଟି ଡିଭାଇସକୁ କଡା ଟକ୍କର ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.