ଡିସନି ହଟଷ୍ଟାର ୟୁଜରଙ୍କୁ ବଡ଼ ଝଟକା, ଏବେ ସେୟାର କରିପାରିବେନି ପାସଓ୍ଵାର୍ଡ

ଡିସନି ପ୍ଲସ୍ ଏହାର ୟୁଜରମାନଙ୍କ ପାଇଁ କେବେ ସବସ୍କ୍ରିପସନ୍‌ ପଲିସିରେ ପରିବର୍ତ୍ତନ କରିବାକୁ ଯାଉଛି ଏବଂ ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ କିପରି ପ୍ରଭାବ ପଡ଼ିବ ଆସନ୍ତୁ ଜାଣିବା ।

ନେଟଫ୍ଲିକ୍ସ ପରେ ଡିସନି ପ୍ଲସ୍ ପ୍ଲାଟଫର୍ମ ନିଜର ପାସୱାର୍ଡ ସେୟାରକୁ ବନ୍ଦ କରିବା ପାଇଁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ ଡିସନି ପ୍ଲସ୍ ୟୁଜରମାନେ ପାସୱାର୍ଡ ସେୟାର କରିପାରିବେନି । ତେବେ ଡିସନି ପ୍ଲସ୍ ଏହାର ୟୁଜରମାନଙ୍କ ପାଇଁ କେବେ ସବସ୍କ୍ରିପସନ୍‌ ପଲିସିରେ ପରିବର୍ତ୍ତନ କରିବାକୁ ଯାଉଛି ଏବଂ ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ କିପରି ପ୍ରଭାବ ପଡ଼ିବ ଆସନ୍ତୁ ଜାଣିବା ।

ମିଳିଥିବା ଖବର ଅନୁଯାୟୀ ଡିସନିର ସିଇଓ ବବ୍ ଇଗର୍ କହିଛନ୍ତି ଯେ କମ୍ପାନୀ ଜୁନ୍ ୨୦୨୪ରେ ପାସୱାର୍ଡ ସେୟାରିଂରେ ଏହାର “First real forey” ଆରମ୍ଭ କରିବାକୁ ପ୍ଲାନ୍‌ କରୁଛି । ଇଗରଙ୍କ କହିବା ଅନୁଯାୟୀ ନୂଆ ପଲିସି ୨ ମାସ ପରେ ଅର୍ଥାତ୍ ଜୁନ୍ ଠାରୁ ଲାଗୁ ହେବ । ନୂଆ ପଲିସିରେ ୟୁଜରମାନେ ସେମାନଙ୍କର ଡିସନି ପାସୱାର୍ଡକୁ ନିଜ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ସେୟାର କରିପାରିବେ ନାହିଁ । ଏହାର ଅର୍ଥ ହେଉଛି ଗୋଟିଏ ପ୍ଲାନରେ ଅନେକ ୟୁଜର୍ସ ଯେଉଁ ଫାଇଦା ଉଠାଉଥିଲେ ତାହା ବନ୍ଦ ହୋଇଯିବ ।

ରିପୋର୍ଟ ଅନୁଯାୟୀ କମ୍ପାନୀ କେବଳ ପାସୱାର୍ଡ ସେୟାର ବନ୍ଦ କରିବ ତାହା ନୁହେଁ ବରଂ ଏହାର ୟୁଜରଙ୍କ ପାଇଁ ନୂଆ ସବସ୍କ୍ରିପସନ୍ ପ୍ଲାନ ମଧ୍ୟ ଆଣିପାରେ । ନୂଆ ପ୍ଲାନ ବ୍ୟବହାର କରି ୟୁଜରମାନେ ନିଜ ଘର ବାହାରେ ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ଲଗ୍ଇନ୍ କରିପାରିବେ ।

ସୂଚନା ଥାଉ କି ପ୍ଲାଟଫର୍ମର ପେଡ୍‌ କଣ୍ଟେଟ୍‌ ବ୍ୟତୀତ ସମସ୍ତ ମାଗଣା କଣ୍ଟେଟକୁ ୟୁଜରମାନେ ବିନା ସବସ୍କ୍ରିପସନ୍‌ ରେ ଦେଖିପାରିବେ । ହଟଷ୍ଟାରର ସମସ୍ତ ପ୍ଲାନ୍‌ ରିଫଣ୍ଡେବଲ୍‌ ନଥାଏ ଅର୍ଥାତ୍ ଆପଣ ଥରେ ସବସ୍କ୍ରିପସନ୍ ପ୍ଲାନ୍‌ ନେଇସାରିବା ପରେ ଆପଣ କିଛି ବି ପରିବର୍ତ୍ତନ କରିପାରିବେ ନାହିଁ ଏବଂ ଆପଣଙ୍କ ଟଙ୍କା ଫେରସ୍ତ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.