ଚକାପାଦର ରହସ୍ୟମୟ ଦକ୍ଷିଣମୋଡା ମନ୍ଦିର, ଏହି ଅଞ୍ଚଳର ସବୁ ଗଛ ଦକ୍ଷିଣାଭିମୁଖି ହୋଇ ରହିଥାଏ

କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀ ଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ ଚକାପାଦ ବ୍ଲକ୍ । ଯେଉଁଠାରେ ବାବା ବିରୁପକ୍ଷାଙ୍କ ନାମରେ ପୂଜା ପାଆନ୍ତି ପ୍ରଭୁ ଶିବ। ଭିନ୍ନ ଏକ ପରମ୍ପରା, ରୀତିନୀତି ଏବଂ ପୂଜାର୍ଚ୍ଚନାରେ ପୂଜା ପାଆନ୍ତି ବାବା ବିରୁପାକ୍ଷ । ରହସ୍ୟମୟ ଗଛ ଓ ଦକ୍ଷିଣାଭିମୁଖି ଶିବ ଲିଙ୍ଗ ପାଇଁ ବେଶ୍ ପ୍ରତିଷ୍ଠିତ ବାବା ବିରୁପାକ୍ଷଙ୍କ ମନ୍ଦିର ।

ଚକାପାଦ(କେନ୍ୟୁଜ) : କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀ ଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ ଚକାପାଦ ବ୍ଲକ୍ । ଯେଉଁଠାରେ ବାବା ବିରୁପକ୍ଷାଙ୍କ ନାମରେ ପୂଜା ପାଆନ୍ତି ପ୍ରଭୁ ଶିବ। ଭିନ୍ନ ଏକ ପରମ୍ପରା, ରୀତିନୀତି ଏବଂ ପୂଜାର୍ଚ୍ଚନାରେ ପୂଜା ପାଆନ୍ତି ବାବା ବିରୁପାକ୍ଷ । ରହସ୍ୟମୟ ଗଛ ଓ ଦକ୍ଷିଣାଭିମୁଖି ଶିବ ଲିଙ୍ଗ ପାଇଁ ବେଶ୍ ପ୍ରତିଷ୍ଠିତ ବାବା ବିରୁପାକ୍ଷଙ୍କ ମନ୍ଦିର ।

ଲୋକ କଥାନୁସାରେ ଲଙ୍କାଧିପତି ରାବଣ ନିଜ ତପସ୍ୟା ସାରି ମହାଦେବ ଶିବଙ୍କ ପ୍ରତିମାକୁ ଲଙ୍କାକୁ ନେଇ ଫେରୁଥିବା ସମୟରେ ନିଜେ ପ୍ରଭୁ ଚକାପାଦ ଠାରେ ସ୍ଥାପିତ ହେବାକୁ ଚାହିଁଥିଲେ ଏବଂ ସେହିଠାରେ ସେ ପାତାଳ ଗାମୀ ହୋଇଥିଲେ । ସେହିଦିନ ଠାରୁ ପ୍ରଭୁ ଶିବ ବାବା ବିରୁପାକ୍ଷ ନାମରେ ପୁଜା ପାଇ ଆସୁଛନ୍ତି ।

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଭୃଦଙ୍ଗ ନଦୀ ନିକଟରେ ଅବସ୍ଥିତ ଏହି ବାବା ବିରୁପାକ୍ଷଙ୍କ ମନ୍ଦିର। ପୁରାଣରେ ବର୍ଣ୍ଣିତ ଯେ ଲଙ୍କାଧିଶ ରାବଣ ହିମାଳୟ ଠାରେ ଶିବଙ୍କ ସର୍ନିଧ୍ୟା ଲାଭ ପାଇଁ ତପସ୍ୟା କରୁଥିଲେ । ସେଠାରୁ ସେ ବର ଆକାରରେ ଶିବଙ୍କ ପ୍ରତିମାକୁ ନେଇ ଲଙ୍କା ଅଭିମୁଖେ ଯାଉଥିବା ସମୟରେ ଭୃଦଙ୍ଗ ନଦୀ କୂଳରେ ବିଷ୍ଣୁ ବୃଦ୍ଧ ରୂପରେ ଆସି ଛଳ କରି ସେଠାରେ ଶିବ ଲିଙ୍ଗକୁ ମାଟିରେ ଥୋଇ ଦେଇଥିଲେ ।

ବହୁ ଚେଷ୍ଟା ପରେ ମଧ୍ୟ ରାବଣ ଶିବଲିଙ୍ଗକୁ ଘୁଞ୍ଚାଇ ପାରିନଥିଲେ । ସେହି ସ୍ଥାନ ଠାରୁ ଲଙ୍କା ଦକ୍ଷିଣ ଦିଗରେ ଥିବାରୁ ଏବଂ ରାବଣର ଚେଷ୍ଟା ଦ୍ଵାରା ଶିବ ଲିଙ୍ଗ ଦକ୍ଷିଣ ଦିଗ ଆଡ଼କୁ ଢଳିଯାଇଥିବାରୁ ସେହିଦିନ ଠାରୁ ପ୍ରକୃତି ସହ ମନ୍ଦିର ଶିବ ଲିଙ୍ଗ ମଧ୍ୟ ଦକ୍ଷିଣାଭିମୁଖି ହୋଇ ରହିଛି । ଉକ୍ତ ଅଂଚଳର ସମସ୍ତ ଗଛ ଦକ୍ଷିଣାଭିମୁଖି ହୋଇ ରହିଥିବା ଦେଖାଯାଏ ।

ବିରୁପାକ୍ଷ ମହାଦେବଙ୍କ ମହିମା ଅପାର। ତାଙ୍କୁ ପ୍ରତେଖ୍ୟ ଦେବ ଭାବେ ପୁଜା କରାଯାଏ । ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରୁ ମୁଖ୍ୟତଃ କାର୍ତ୍ତିକ ମାସ,ଶିବରାତ୍ରି ଓ ଶ୍ରାବଣ ମାସରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଆଦିବାସୀ ପରମ୍ପରା ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା ହୋଇଥାଏ । ଭକ୍ତ ମାନେ ଏଠାରେ ନିଜ ମନସ୍କାମନା ପୂରଣ ପାଇଁ ମାନସିକ କରିଥାନ୍ତି । ପ୍ରତିଦିନ ସକାଳ ୪ଟାରୁ ଦର୍ଶନ ଆରମ୍ଭ ହୋଇଥାଏ । ପ୍ରତିଦିନ ଜିଲ୍ଲାରୁ ଏବଂ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ଦର୍ଶନ ପାଈଁ ଆସିଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.