ସାଓମୀ ଉପରେ ପାଣ୍ଟେଟ୍ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଲଗାଇଲା ଫିଲିପ୍ସ, ଫୋନ୍ ବିକ୍ରି ଉପରେ ରୋକ ଲଗାଇବାକୁ କୋର୍ଟରେ ଦାବି

ଫିଲିପ୍ସ ଚୀନ ସ୍ମାର୍ଟଫୋନ କମ୍ପାନୀ ସାଓମୀ ଉପରେ ପାଣ୍ଟେଟ ଉଲ୍ଲଙ୍ଘନ କରିବା ଆରୋପ ଲଗାଇଛି। ଫିଲିପ୍ସ ପକ୍ଷରୁ ଏହି ମାମଲା ଦିଲ୍ଲୀ ହାଇକୋର୍ଟକୁ ପଠାଯାଇଛି। ଚୀନ ମୋବାଇଲ୍ କମ୍ପାନୀ ସାଓମି ସ୍ମାର୍ଟଫୋନରା ଭାରତୀୟ ବଜାରରେ ଚାହିଦା ଅଧିକ। ଏମଆଇ ଫୋନ୍ ଅଧିକ ବିକ୍ରି ହେଉଛି। କମ୍ ଦାମରେ ଦମଦାର ଫିଚର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। କିନ୍ତୁ ସାଓମି, ଫିଲିପ୍ସ ପାଣ୍ଟେଟ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ପାଣ୍ଟେଟ୍ ଉଲ୍ଲଂଘନ କରିଥିବା ଅଭିଯୋଗ କରିବା ସହ ସେହି ସବୁ ଫୋନ୍ ବିକ୍ରି ଉପରେ ରୋକ ଲଗାଇବା ପାଇଁ କୋର୍ଟରେ ଫିଲିପ୍ସ ପକ୍ଷରୁ ଦାବି କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ଅନୁସାରେ ଫିଲିପ୍ସର ୟୁଏମଟିଏସ୍ ଏନହାନ୍ସମେଣ୍ଟ ସହ ଜଡ଼ିତ ପାଣ୍ଟେଟ୍ ଚୋରି କରିଛି ସାଓମି। ତେବେ ସାଓମିର ଏଭଳି ସମସ୍ତ ସ୍ମାର୍ଟଫୋନ୍ ଆମଦାନୀ ଉପରେ ରୋକ ଲଗାଇବାକୁ ଫିଲିପ୍ସ ଦାବି କରିଛି। ପେଣ୍ଟଣ୍ଟ ଉଲ୍ଲଂଘନ ହୋଇଥିବା ସମସ୍ତ ସ୍ମାର୍ଟଫୋନର ପ୍ରସ୍ତୁତି, ଆସେମ୍ବଲିଂ, ରପ୍ତାନୀ, ଥାର୍ଡ ପାର୍ଟି ମାଧ୍ୟମରେ ଅନଲାଇନ୍ ସେଲିଂ ଉପରେ ରୋକ ଲଗାଯାଉ ବୋଲି ଫିଲିପ୍ସ ପକ୍ଷରୁ କୋର୍ଟରେ ହୋଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି।

philips

ଯଦି ଭବିଷ୍ୟତରେ ସାଓମି ତାର କୌଣସି ହ୍ୟାଣ୍ଡସେଟରେ ୟୁନିଭର୍ସାଲ ମୋବାଇଲ୍ ଟେଲି କମ୍ୟୁନିକେସନ୍ ସର୍ଭିସ ବା ୟୁଟିଏମଏସ୍ ଏନହାନ୍ସମେଣ୍ଟ ଓ ଏଲଟିଇ ଟେକନୋଲୋଜି ବ୍ୟବହାର କରେ ତେବେ କମ୍ପାନୀ ପୁଣି ଥରେ କୋର୍ଟ ଯିବ ବୋଲି ଫିଲିପ୍ସ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ଯ, ୨୭ ନଭେମ୍ବରକୁ ଦିଲ୍ଲୀ ହାଇକୋର୍ଟ ସାଓମୀ ଏବଂ ଅନ୍ଯ ଡିଫେଣ୍ଡେଣ୍ଟାସକୁ ନିଜର ଭାରତୀୟ ବ୍ଯାଙ୍କ ଆକାଉଣ୍ଟରେ ୧ ହଜାର କୋଟି ଟଙ୍କା ରଖିବାକୁ ଆଦେଶ ମଧ୍ୟ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.