ବିଶ୍ୱର ପ୍ରଥମ ମଦ ବାଥ୍‌ ଟବ୍‌: ଗାଧୋଇବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ

ବ୍ରିଟେନ୍‌ ର ଏକ କମ୍ପାନୀ ସ୍ପାସୀକର୍ସ ଖ୍ରୀଷ୍ଟମାସ୍‌ ରେ ଗ୍ରାହକଙ୍କ ପାଇଁ ଏକ ସରପ୍ରାଇଜ୍‌ ପ୍ଲାନ୍‌ କରିଛନ୍ତି। ଏହି କମ୍ପାନୀ ଗ୍ରାହକଙ୍କ ପାଇଁ ମଦରେ ପରିପୂର୍ଣ୍ଣ ଏକ୍‌ ବାଥ୍‌ ଟବ୍‌ ତିଆରି କରିଛି, ଯାହା ବିଶ୍ୱର ପ୍ରଥମ ବାଥ୍‌ ଟବ୍‌। ଏଠାରେ ୩୭ ଡିଗ୍ରୀ ପର୍ଯ୍ୟନ୍ତ ମଦକୁ ଗରମ କରାଯାଇଥାଏ। କମ୍ପାନୀ କହିବାନୁଯାୟୀ, ମଦରେ ପୂର୍ଣ୍ଣ ଥିବା ଏହି ବାଥ୍‌ ଟବ୍‌ ରେ କିଛି ସମୟ ରହିବା ଦ୍ୱାରା ଅନେକ ରୋଗ ମଧ୍ୟ ଠିକ୍‌ ହୋଇଯାଇଥାଏ।

wineଏହି ବାଥ୍‌ ଟବ୍‌ ରେ ୭୫୦ ରୁ ୧୦୦୦ଲିଟର ପର୍ଯ୍ୟନ୍ତ ଓ୍ଵାଇନ୍‌ ଢଳାଯାଇ ଏହାକୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ଗରମ କରାଯାଇଥାଏ। ଏନେଇ କମ୍ପାନୀ କହିଛି, ଖ୍ରୀଷ୍ଟମାସରେ ଲୋକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ପାଇଁ ଏପରି କରାଯାଉଛି। କାରଣ ଓ୍ଵାଇନ୍‌ ରେ ଗାଧୋଇବା ଦ୍ୱାରା ଚର୍ମର ଛିଦ୍ର ଖୋଲିଯାଇଥାଏ, ଯାହାଦ୍ୱାରା ଟକ୍ସିନ ଶରୀରରୁ ବାହାରିବାକୁ ଲାଗିଥାଏ। ଏଥିସହ ଶରୀରରେ ଟେନିନ୍‌ ର ମାତ୍ରା ବଢିଥାଏ। ଟେନିନ୍‌ ଏକ ପ୍ରକାର ଆଣ୍ଟି-ବ୍ୟାକ୍ଟେରିୟା ପଦାର୍ଥ, ଯାହା ଭାଇରସ୍‌ ଏବଂ ଫଙ୍ଗସ୍‌ ସହ ଲଢିଥାଏ। ଏହାବ୍ୟତୀତ ଶରୀରରେ ରକ୍ତର ପରିମାଣ ବୃଦ୍ଧି କରିବା ସହ ହୃଦୟ ମଜବୁତ୍‌ ମଧ୍ୟ କରିଥାଏ।

wineବାଥ୍‌ ଟବ୍‌ କୁ ନେଇ କମ୍ପାନୀ କହିଛି, ଓ୍ଵାଇନ୍‌ ବାଥ୍‌ ଟବ୍‌ ରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍‌ଟି-ଅକ୍ସିଡାଇଜିଂ, ଷ୍ଟ୍ରେସ୍‌-ରିଡ୍ୟୁସିଂ, ସ୍କିନ୍‌-ସଫ୍ଟନିଂ ଏବଂ ଆଣ୍ଟି-ଇଂଫ୍ଲେମେଟରୀ ଗୁଣ ଭରି ରହିଛି। ଏହା ଆପଣଙ୍କୁ ବିଲକୁଲ୍‌ ସେଭଳି ଅନୁଭବ ହେବ ଯେପରି ଆପଣଙ୍କୁ ଓ୍ଵାଇନ୍‌ ପିଇବା ସମୟରେ ଲାଗିଥାଏ। ଏହି ସ୍ପା ସହ ଆପଣଙ୍କୁ ୪୫ ମିନିଟ୍‌ ର ମସାଜ୍‌ ମଧ୍ୟ ମିଳିବ।

ସୂଚନା ମୁତାବକ ଯେ କୌଣସି ଗେଷ୍ଟ ଯଦି ଫେଷ୍ଟିଭ୍‌ ସ୍ପା ପ୍ୟାକେଜ୍‌ ବୁକ୍‌ କରିନ୍ତି ତାଙ୍କୁ କମ୍ଫଲିମେଟ୍ରି ଓ୍ଵାଇନ୍‌ ମଧ୍ୟ ଦିଆଯିବ। ଏହି ସ୍ପା ସର୍ଭିସ୍‌ ୬୦ ୟୁରୋ ଅର୍ଥାତ ୫,୩୦୦ ଟଙ୍କାରୁ ଆରମ୍ଭ ହେବ। ଅନ୍ୟପଟେ ସ୍ପାସୀକର୍ସ କମ୍ପାନୀ CEO କହିଛନ୍ତି, ଖ୍ରୀଷ୍ଟମାସ ଆସିବାକୁ ଯାଉଛି। ଏନେଇ ୟୁକେ ଲୋକଙ୍କ ପାଇଁ ଏହି ନୂତନ ପ୍ରକାର ସ୍ପା ସର୍ଭିସ୍‌ ଆରମ୍ଭ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.