ପୁଣି ସବ୍ଯସାଚୀ ଦେଖାଇଲେ ମହାନତା, ଲକ୍ ଡାଉନ୍ ସମୟରେ ରାସ୍ତାକଡରେ ଗଦା ହୋଇଥିବା ଭକ୍ତଙ୍କ ନଡିଆକୁ ପଠାଇଲେ ମା’ ତାରିଣୀଙ୍କ ପାଖକୁ

ଭୁବନେଶ୍ବର: ମାନସିକ ନଡିଆ ସହିତ ଜଡି ହୋଇ ରହିଥାଏ ଦୁଃଖୀ ମଣିଷ ମାନଙ୍କର ବିକଳ ପ୍ରାର୍ଥନା । କେଉଁଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀଙ୍କ ପାଖେ ନଡିଆଟିଏ ଯାଚି ଦେଇଥାଏ ତ, କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ନଡ଼ିଆଟିଏ ମାନସିକ କରିଥାଏ ସ୍ତ୍ରୀ। ପ୍ରତିଟି ନଡିଆ ପଛରେ ଗୋଟେ ପରିବାରର ଆଶା, ଭରସା ଓ ଖୁସି ଲୁଚି ରହିଥାଏ।

ହେଲେ କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରି ଗଦେଇ ହୋଇ ଚାଲିଥିଲା ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡରେ । ମହାମାରୀ ଆତଙ୍କ ଯୋଗୁ କେହି ହାତ ମାରିବାକୁ ଚାହୁଁନଥିଲେ ସେଇ ଗଦା ହେଇଥିବା ନଡ଼ିଆକୁ। ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଯେମିତି ଅଟକି ଯାଇଥିଲା ।

tarini coconutକିନ୍ତୁ ଭକ୍ତଙ୍କ ନଡିଆ ମାଙ୍କ ପାଖରେ ପହଁଚାଇବାର ମାଧ୍ଯମ ସାଜିଛନ୍ତି ଅଭିନେତା ସବ୍ଯସାଚୀ ମିଶ୍ର । ରାସ୍ତା କଡରେ ପହିଥିବା ସବୁ ନଡିଆକୁ ଘଟଗାଁ ମା ତାରିଣୀ ପୀଠକୁ ପଠାଇଛନ୍ତି । ଭୁବନେଶ୍ୱରର ବରମୁଣ୍ଡା, ଫାୟାର୍ ଷ୍ଟେସନ୍ ଛକ, CRP, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକ ର ଅନେକ ଜାଗା, ଚଣ୍ଡିଖୋଲ ସହ ପାଣିକୋଇଲି ରୁ ଏଇଭଳି ଅଟକି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା) କୁ ଆଜି ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଯାଇଛନ୍ତି ସବ୍ଯସଚୀ।

coconutତେବେ ଏହି ରାସ୍ତାଘାଟରେ ପଡିରହିଥିବା ନଡିଆ ଯେ ଖାଲି ଭରସା ନୁହଁ ବରଂ ସହରର ପରିବେଶ ଓ ସୌନ୍ଦର୍ଯ୍ୟକୁ ମଧ୍ୟ ନଷ୍ଟ କରିବାରେ ଲାଗିଥିଲା। କିଛି ନଡ଼ିଆ ରୁ ଗଜା ବାହାରିସାରିଥିଲା ଓ କିଛି ପଚିଯାଇଥିବାରୁ ଦୁର୍ଗନ୍ଧ ସହ ପରିବେଶ ଦୂଷିତ ହେଉଥିଲା। କୁକୁର ଦ୍ଵାରା କିଛି ନଡିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଦୁର୍ଘଟଣାର କାରଣ ମଧ୍ୟ ହେଉଥିଲା। ହେଲେ ସବୁଠୁ ବଡ଼ କଥା ହେଲା ଭକ୍ତର ଆବେଗଭରା ବିଶ୍ୱାସକୁ ଶେଷରେ ସବ୍ଯସାଚୀ ମାଙ୍କ ପୀଠକୁ ପଠାଇ ଏକ ପ୍ରକାରର ଭକ୍ତ ଓ ଭଗବାନଙ୍କ ମିଳନ କରାଯାଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.