ଖୁସି ଖବର: ଆସନ୍ତା ସପ୍ତାହରେ ନୂଆ ନାଁ ସହ ଭାରତକୁ ଫେରୁଛି ପବ୍‌ଜି

ପବ୍‌ଜି ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଆସନ୍ତା ସପ୍ତାହରେ ନୂଆ ନାଁରେ ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ପବ୍‌ଜି। ଏହାର ନୂଆ ନାଁ ହେଉଛି ପବ୍‌ଜି ମୋବାଇଲ ୨। ସୂଚନାଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ସୁରକ୍ଷା ଦୃଷ୍ଟିରୁ ପବ୍‌ଜି ମୋବାଇଲକୁ ବ୍ୟାନ୍‌ କରାଯାଇଥିଲା। ପବ୍‌ଜି ମୋବାଇଲ ୨ ଗେମ୍‌କୁ ଦକ୍ଷିଣ କୋରିଆର କମ୍ପାନୀ Krafton ତିଆରି କରିଥିବା ନେଇ ସୂଚନା ମିଳିଛି। pseudonym PlayerIGN ନାମକ ଜଣେ ଟିପ୍‌ଷ୍ଟର ଦାବି କରିଛନ୍ତି ଯେ ଆସନ୍ତା ସପ୍ତାହରେ ଭାରତରେ PUBG mobile 2 ଲଞ୍ଚ୍‌ ହୋଇପାରେ।

pubg
Image Credit: amarujala

ଏହି ଗେମ୍‌କୁ ଏକାସଙ୍ଗେ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ମୋବାଇଲରେ ରିଲିଜ୍‌ କରାଯିବ ବୋଲି ସେ ଦାବି କରିଛନ୍ତି। କୁହାଯାଉଛି ଯେ ଗେମ୍‌ ଲଞ୍ଚିଂ ସହ କମ୍ପାନୀ ପବ୍‌ଜି ଗ୍ଲୋବାଲ ଇନ୍‌ଭିଟେସ୍‌ନାଲ ଏସ୍‌ଏସ୍‌ ୨୦୨୧(PUBG Global Invitational.S 2021) ଟୁର୍ଣ୍ଣାମେଣ୍ଟର ମଧ୍ୟ ଘୋଷଣା କରିବ। ମାତ୍ର କମ୍ପାନୀ ତରଫରୁ ଏନେଇ କୌଣସି ଅଫିସିଆଲି ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଡିସେମ୍ବର ମାସରେ PUBG ଇଣ୍ଡିଆର ୱେଲକମ୍‌ ଗିଫ୍ଟ ଅନ୍‌ଲାଇନ୍‌ ଲିକ୍‌ ହୋଇଥିଲା। ଟାଟା ମୋଟର୍ସ ଓ କେତେକ ୟୁଟ୍ୟୁବର୍ସ ପବ୍‌ଜି ମୋବାଇଲର ଗ୍ଲୋବାଲ ଭର୍ସନରେ ପବ୍‌ଜି ମୋବାଇଲ ଇଣ୍ଡିଆର ୱେଲକମ୍‌ ଗିଫ୍ଟ ଦେଖିଥିଲେ। କୁହାଯାଉଥିଲା ଯେ ପବ୍‌ଜି ମୋବାଇଲ ଇଣ୍ଡିଆକୁ ଡାଉନ୍‌ଲୋଡ୍‌ କରିବା ଓ ଖେଳିବା ବ୍ୟକ୍ତିଙ୍କୁ ଏହି ୱେଲକମ୍‌ ଗିଫ୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.