ଅସଲି କୁକୁର ସାମ୍ନାକୁ ଆସିଲା ରୋବଟ କୁକୁର, ଭାଇରାଲ ହେଉଛି ଭିଡିଓ

ଏକ ରୋବଟ୍ କୁକୁର ପ୍ରକୃତ କୁକୁର ସହିତ ଦେଖା ହେବାର ନଜର ଆସିଛି । ଏହି କ୍ଲିପ୍ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଛି । ଏହି ଫୁଟେଜକୁ ଡକ୍ଟର ମୁକେଶ ବଙ୍ଗର କଏଦ କରି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଆଜିକାଲି ଟେକ୍ନୋଲୋଜି ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ ଏହା ଆମ ଦୈନନ୍ଦିନ ଜୀବନର ଏକ ବଡ଼ ଅଂଶ ପାଲଟିଛି । ଅନେକ ଟେକ୍ନୋଲୋଜି ଲାଭଦାୟକ ପ୍ରମାଣିତ ହେଉଥିବାବେଳେ କିଛି ଲାଟେଷ୍ଟ ଟେକ୍ନୋଲୋଜିର ଆବିର୍ଭାବ ଅନେକ ସମୟରେ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ଏବେ ସୋସିଆଲ ମିଡିଆରେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ରୋବଟ୍ କୁକୁର ପ୍ରକୃତ କୁକୁର ସହିତ ଦେଖା ହେବାର ନଜର ଆସିଛି । ଏହି କ୍ଲିପ୍ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଛି ।

ଏହି ଫୁଟେଜକୁ ଡକ୍ଟର ମୁକେଶ ବଙ୍ଗର କଏଦ କରି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ଆଇଆଇଟି କାନପୁରରେ ଟେକ୍କ୍ରିଟି ଫେଷ୍ଟିଭାଲ ସମୟରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ଏକ ବାସ୍ତବ ଜୀବନର କୁକୁର ଏବଂ ରୋବୋଟିକ୍ କୁକୁର ମଧ୍ୟରେ ଏକ ରୋଚକ ମୁକାବିଲା ହୋଇଥିଲା । ମୁକେଶ ବଙ୍ଗର ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ରୋବଟ କୁକୁର ବନାମ ପ୍ରକୃତ କୁକୁର ସହିତ ଏକ ମଜାଦାର ଘଟଣା ଘଟିଛି । ଭିଡିଓରେ, ଏକ ପ୍ରକୃତ କୁକୁର ରୋବଟ କୁକୁର ନିକଟକୁ ଆସୁଥିବାର ନଜର ଆସିଛି ।

ପ୍ରକୃତ କୁକୁରଟି ରୋବଟ କୁକୁରକୁ ଧ୍ୟାନର ସହ ଦେଖି ଏହାର ଗତିବିଧିକୁ ବୁଝିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ସେ ଏହା କରୁଥିବାବେଳେ ଅନ୍ୟ ଦୁଇଟି କୁକୁର ମଧ୍ୟ ରୋବଟ ନିକଟକୁ ଯାଇ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭିଡିଓ ଶେଷରେ ରୋବଟ୍ କୁକୁରଟି ଭୂମିରେ ପଡ଼ିଯାଇଛି । ଏହି ପୋଷ୍ଟ ତିନି ଦିନ ପୂର୍ବରୁ ସେୟାର କରାଯାଇଥିଲା । ପୋଷ୍ଟ ହେବା ପରଠାରୁ ଏହାକୁ ତିନି ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଅନେକ ଲୋକ ଏହି ପୋଷ୍ଟରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

 

View this post on Instagram

 

A post shared by Dr. Mukesh Bangar (@dr.mukesh.bangar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.