ବାପା ହାତରୁ ଏକ୍ସଲେଟରରୁ ୪୦ ଫୁଟ ତଳକୁ ଖସିପଡିଲା ବର୍ଷକର ଛୁଆ, ରାୟପୁର ସିଟି ସେଣ୍ଟର ମଲରେ ହୃଦୟବିଦାରକ ଘଟଣା

ମଲରେ ଏକ୍ସଲେଟରରେ ଚଢୁ ଚଢୁ ଗୋଟେ ପୁଅକୁ ସମ୍ଭାଳୁଥିବା ବେଳେ ହାତରୁ ବର୍ଷର ଛୁଆ ଖସିପଡିଥିଲା । ପିଲାଟି ବାପା କୋଳରୁ ଖସି ୪୦ ଫୁଟ ତଳକୁ କଚାଡି ହୋଇପଡିଥିଲା । ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଛତିଶଗଡ ରାୟପୁର ସିଟି ସେଣ୍ଟର ମଲରେ ହୃଦୟ ବିଦାରକ ଘଟଣା ଘଟିଛି ।

ଛତିଶଗଡ ରାୟପୁର ସିଟି ସେଣ୍ଟର ମଲରେ ହୃଦୟ ବିଦାରକ ଘଟଣା ଘଟିଛି । ମଲରେ ଏକ୍ସଲେଟରରେ ଚଢୁ ଚଢୁ ଗୋଟେ ପୁଅକୁ ସମ୍ଭାଳୁଥିବା ବେଳେ ହାତରୁ ବର୍ଷର ଛୁଆ ଖସିପଡିଥିଲା । ପିଲାଟି ବାପା କୋଳରୁ ଖସି ୪୦ ଫୁଟ ତଳକୁ କଚାଡି ହୋଇପଡିଥିଲା । ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଘଟଣା ଘଟିବା ପରେ ତୁରନ୍ତ ପିଲାଟିକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଖବର ମୁତାବକ, ମଙ୍ଗଳବାର ଦିନ ରାଜନ କୁମାର ନାମକ ବ୍ୟକ୍ତି ନିଜ ୬ ବର୍ଷର ପୁଅ ଓ ବର୍ଷକର ପୁଅକୁ ଧରି ମଲ୍କୁ ଯାଇଥିଲେ । ତୃତୀୟ ମହଲାରୁ କିଣାକିଣା କରି ସେମାନେ ଏକ୍ସଲେଟର ସାହାଯ୍ୟରେ ଚତୁର୍ଥ ମହଲାକୁ ଯାଉଥିଲେ । ରାଜନଙ୍କ କୋଳରେ ବର୍ଷକର ଛୁଆ ଥିବା ବେଳେ ବଡ଼ ପୁଅ ହାତକୁ ସେ ଧରିଥିଲେ । ମାତ୍ର ଏକ୍ସଲେଟର ଚଢ଼ିବା ସମୟରେ ବଡ଼ ପୁଅକୁ ସାହାଯ୍ୟ କରୁ କରୁ ତାଙ୍କ ହାତରୁ ସାନ ପୁଅ ଠେଲା ମାରି ଖସି ଯାଇଥିଲା । ଆଉ ପିଲାଟି ଆଖି ପିଛୁଳାକେ ବାପା ହାତରୁ ୪୦ ଫୁଟ ତଳକୁ ଖସିପଡିଥିଲା ।

ପିଲାଟି ଖସିପଡିବା ପରେ ସେଠାରେ ଉପସ୍ଥିତ ଥିବା ଦୋକାନୀ ଏବଂ ଲୋକେ ତୁରନ୍ତ ତାଙ୍କୁ ହସପିଟାଲକୁ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ । ଏହାର ସିସିଟିଭି ଫୁଟେଜ ଭାଇରଲ ହେଉଛି । ଯାହାକୁ ଦେଖି ଆପଣ ମଧ୍ୟ କାନ୍ଦି ପକାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.