ଖେଳୁ ଖେଳୁ କୂଅ ଭିତରକୁ ଖସିପଡିଲେ ନାଗ ଓ ନାଗୁଣୀ

ବିରାଟ ନାଗ ନାଗୁଣୀ ସାପ ପରସ୍ପରକୁ ଛନ୍ଦି ହୋଇ କ୍ରୀଡ଼ାରେ ନିମଗ୍ନ ଥିଲେ । ଏମିତି କିଛି ସମୟ ଉଭୟ ଖେଳୁ ଖେଳୁ ପାଖରେ ଥିବା ଏକ କୂଅ ମଧ୍ୟକୁ ଖସିପଡିଥିଲେ ।

ସୋର(କେନ୍ୟୁଜ): ସବୁଆଡ଼ ନିରବ, ନିସ୍ତବ୍ଧ ପରିବେଶ ଟିକେ ଅନୁଭବ କଲେ ସେଠାରେ ସରୀସୃପ ମନେ ସ୍ଵଛନ୍ଦରେ ବିଚରଣ କରିଥାନ୍ତି । ସେମାନେ ମଧ୍ୟ ନିରଵତାକୁ ଅନୁଭବ କରିଥାନ୍ତି । କାହିଁକି ନା ମଣିଷଠୁ ଆକ୍ରମଣର ଭୟ କମ୍ ରହିଥାଏ । ତେଣୁ ଜଙ୍ଗଲରେ ଅନେକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥାଏ । ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସେ ପୁଣି ନାଗନାଗୁଣୀଙ୍କ କ୍ରୀଡା ।

ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ ପଂଚାୟତ ପଟ୍ଟାଗଡିଆ ଗ୍ରାମର। ବିରାଟ ନାଗ ନାଗୁଣୀ ପରସ୍ପରକୁ ଛନ୍ଦି ହୋଇ କ୍ରୀଡ଼ାରେ ନିମଗ୍ନ ଥିଲେ । କେତେବେଳେ ଗୋଡ଼ାଗୋଡ ହେଉଥିଲେ ତ ପୁଣି କେତେବେଳେ ଗାଁ ଦାଣ୍ରେ ଛନ୍ଦାଛନ୍ଦି ହୋଇ ତିନି ଚାରି ଫୁଟ ଉପରକୁ ଉଠି ଯାଉଥିଲେ ।

ଏମିତି କିଛି ସମୟ ସେମାଙ୍କର କ୍ରୀଡା ଜାରି ରଖିଥିଲା । ଯାହାକୁ ଦେଖିବାକୁ ରୁଣ୍ଡ ହୋଇଥିଲେ ଗାଁ ଲୋକେ । ତଥାପି କାହା ଉପରେ ସେମାନଙ୍କ ଏମାନଙ୍କ ଦୃଷ୍ଟି କାହା ଉପରେ ନାହିଁ । ତେବେ ଉଭୟ ଖେଳୁ ଖେଳୁ ପାଖରେ ଥିବା ଏକ କୂଅ ମଧ୍ୟକୁ ଖସିପଡିଥିଲେ ।

ଯାହାପରେ ଏନେଇ ଗ୍ରାମବାସୀମାନେ କୁପାରୀ ବନ ବିଭାଗ ଓ ଭଦ୍ରକରେ ଥିବା ସ୍ନେକ ହେଲ୍ପ ଲାଇନର ସଦସ୍ୟ ଶେକ ମିରଜ଼ାଙ୍କୁ ଖବର ଦେଇଥିଲେ । ମିରଜ଼ା ପହଁଚି ସାପ ଦୁଇଟିକୁ କୂଅରୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ନେଇ ସୂଚନା ମିଳିଛି। ସାପଟିକୁ ଉଦ୍ଧାର କରିବା ପରେ ସେମାନଙ୍କୁ ଦେଖିବା ପାଇଁ ବହୁ ଲୋକଙ୍କର ଭିଡ ଜମିଥିଲା।

ତେବେ କାହିଁ କେଉଁ କାଳରୁ ସାଧାରଣରେ ବିଶ୍ୱାସ ରହିଛି ଯେ ନାଗ ନାଗୁଣୀଙ୍କ କ୍ରୀଡା ଦେଖିଲେ ଅତ୍ୟନ୍ତ ଶୁଭଙ୍କର ହୋଇଥାଏ । ନୂଆ ଲୁଗା ଟିଏ ପକାଇଲେ ଯଦି ସେହି ଲୁଗା ଉପଟେ ସାପ ଖେଳନ୍ତି , ଆଉ ସେହି ଲୁଗା ପିନ୍ଧିକି ଗଲେ ସବୁ କାର୍ଯ୍ୟ ସଫଳ ହୁଏ । ନାଗ ନାଗୁଣୀଙ୍କ ଏହି କ୍ରୀଡା ଓ ସେମାନଙ୍କୁ ଉଦ୍ଧାର କରାଯିବାର ଦୃଶ୍ୟ ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.