ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ପାଇଁ ରଣଦୀପ ହୁଡ୍ଡା କଲେ ଏପରି ଟ୍ରାନ୍ସଫରମେସନ୍‌, ଫ୍ୟାନ୍ସ ଦେଖି ହେଲେ ଆଶ୍ଚର୍ଯ୍ୟ 

ରଣଦୀପ ହୁଡ୍ଡା ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଛନ୍ତି । ଏହି ଫିଲ୍ମରେ ସେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକର ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି, ଯେଉଁଥିରେ ଲୋକମାନେ ବୀର ସାବରକର ଭୂମିକାରେ ରଣଦୀପ ହୁଡ୍ଡାଙ୍କୁ ବହୁତ ପସନ୍ଦ କରୁଛନ୍ତି । ଏହି ଭୂମିକା ପାଇଁ ସେ କରିଥିବା ଟ୍ରାନ୍ସଫରମେସନ୍‌ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରଣଦୀପ ହୁଡ୍ଡା ‘ଜନତ୍‌ ୨’, ‘କିକ୍‌’, ‘ବାଗି ୨’, ‘ଜିସ୍ମ ୨’, ‘ସୁଲତାନ’ ଏବଂ ‘ସରବଜିତ’ ଭଳି ଅନେକ ଫିଲ୍ମରେ ଅଭିନୟ କରି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଅଭିନେତା ରଣଦୀପ ହୁଡ୍ଡା ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଅଭିନେତା ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଛନ୍ତି । ଏହି ଫିଲ୍ମରେ ସେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକର ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି, ଯେଉଁଥିରେ ଲୋକମାନେ ବୀର ସାବରକର ଭୂମିକାରେ ରଣଦୀପ ହୁଡ୍ଡାଙ୍କୁ ବହୁତ ପସନ୍ଦ କରୁଛନ୍ତି । ଏହି ଭୂମିକା ପାଇଁ ସେ କରିଥିବା ଟ୍ରାନ୍ସଫରମେସନ୍‌ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।  ତେବେ ଟ୍ରେଲରରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ରଣଦୀପ ଏହି ଚରିତ୍ରରେ ଅଭିନୟ କରିବାକୁ କେତେ କଷ୍ଟ କରୁଛନ୍ତି । ଏହା ସହ ରଣଦୀପ ଏହି ଫିଲ୍ମରେ ବୀର ସାବରକରଙ୍କ ପ୍ରତ୍ୟେକ ଲୁକ୍‌କୁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଟ୍ରେଲର ରିଲିଜ ହେବା ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି ।
ତେବେ ଏହି ସମୟରେ ରଣଦୀପ ହୁଡ୍ଡା ନିଜ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଲୁକ୍‌ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆପଣ ଫଟୋରେ ରଣଦୀପ ହୁଡ୍ଡାଙ୍କ ଟ୍ରାନ୍ସଫରମେସନ୍‌ ଦେଖିପାରିବେ । ବୀର ସାବରକରଙ୍କ ଭୂମିକା ପାଇଁ ରଣଦୀପ ହୁଡ୍ଡା ବହୁତ ଓଜନ କମ୍‌ କରିଛନ୍ତି । ଏହି ଫଟୋରେ ରଣଦୀପଙ୍କୁ ଚିହ୍ନିବା କଷ୍ଟକର ହୋଇଯାଇଛି । ତାଙ୍କର ଟ୍ରାନ୍ସଫରମେସନ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କର ଏହି ଫଟୋ ସେୟାର କରିବାବେଳେ ରଣଦୀପ ହୁଡ୍ଡା କ୍ୟାପସନରେ ଲେଖିଛନ୍ତି, ‘କଳା ପାଣି’ । ତେବେ ରଣଦୀପଙ୍କ ଏହି ଫଟୋ ଦର୍ଶାଏ ଯେ କଲା ପାନି ଦଣ୍ଡ ସମୟରେ ସାବରକର କିପରି ବହୁତ ପତଳା ହୋଇଯାଇଥିଲେ । ସେହିଭଳି ରଣଦୀପ ମଧ୍ୟ ନିଜକୁ ଟ୍ରାନ୍ସଫରମେସନ୍‌ କରିଛନ୍ତି । ତେବେ ରଣଦୀପଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହ ଫ୍ୟାନ୍ସ ମଧ୍ୟ ରଣଦୀପଙ୍କର ବହୁତ ପ୍ରଶଂସା କରୁଛନ୍ତି ।

 

ତେବେ ‘ସ୍ୱତନ୍ତ୍ର ବୀର ସାବରକର’ ହେଉଛି ବିନାୟକ ଦାମୋଦର ସାବରକରଙ୍କ ବାୟୋପିକ୍ । ଏଥିରେ ସେ ଜଣେ ବିପ୍ଳବୀ, ସାମାଜିକ ସେବକ ତଥା ରାଜନେତା ଥିଲେ । ଯାହାର ଭୂମିକାରେ ରଣଦୀପ ହୁଡ୍ଡା ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ତେବେ ରଣଦୀପ ହୁଡ୍ଡା ଏବଂ ଅଙ୍କିତା ଲୋଖଣ୍ଡେଙ୍କ ବ୍ୟତୀତ ଅମିତ ସିଆଲଙ୍କ ସମେତ ଅନେକ କଳାକାର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ମାର୍ଚ୍ଚ ୨୨ରେ ସିନେମା ହଲ୍‌ରେ ଦୁଇଟି ଭାଷାରେ ରିଲିଜ୍‌ ହେବାକୁ ଯାଉଛି । ଯେପରି ହିନ୍ଦୀ ଏବଂ ମରାଠୀରେ ଭାଷାରେ ମୁକ୍ତିଲାଭ କରିବ । ଏଥି ସହିତ ଫ୍ୟାନ୍ସ ଏହି ଫିଲ୍ମକୁ ଦେଖିବାକୁ ବହୁତ ଉତ୍ସାହର ସହ ପପେକ୍ଷା ମଧ୍ୟ କରିଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.