ଜାନୁୟାରୀ ୯ରେ ଲଞ୍ଚ୍‌ ହେବ Realmeର ୪ କ୍ୟାମେରାଯୁକ୍ତ ଶସ୍ତାଫୋନ୍‌, ଜାଣନ୍ତୁ ଏହାର ଅନ୍ୟ ଫିଚର ସମ୍ପର୍କରେ

ଜାନୁୟାରୀ ୯ ତାରିଖରେ ରିୟଲମି ନିଜ ନୂଆ ସ୍ମାର୍ଟଫୋନ୍‌ Realme 5i ଲଞ୍ଚ୍‌ କରିବାକୁ ଯାଉଛି। ଫ୍ଲିପ୍‌କାର୍ଟ ମାଧ୍ୟମରେ କମ୍ପାନୀ ଫୋନ୍‌କୁ ନେଇ କେତେକ ସୂଚନା ଦେଇଛି। ଏଥିରେ ରିୟଲମିର ଆସିବାକୁ ଥିବା ଫୋନ୍‌ର କ୍ୟାମେରା, ଡିସ୍‌ପ୍ଲେ ପ୍ରୋସେସର ଓ ବ୍ୟାଟେରୀ ବିଷୟରେ ସୂଚନା ଦିଆଯାଇଛି। ଏଥିରୁ ଫୋନ୍‌ର ବ୍ୟାଟେରୀ ଅଧିକ ସମୟ ଧରି ଚାର୍ଜ ରଖିପାରିବ ବୋଲି ଜଣାଯାଇଛି।

ଫୋନ୍‌ର ଫିଚର:

Realme 5i ରେ ୬.୫ ଇଞ୍ଚ୍‌ର ମିନି ଡ୍ରପ୍‌ ଫୁଲ୍‌ ସ୍କ୍ରିନ୍‌ ଦିଆଯାଇଛି। ଏହି ଫୋନ୍‌କୁ ପାଓ୍ଵାରଫୁଲ ସ୍ନାପଡ୍ରାଗନ୍‌ ପ୍ରୋସେସର ସହ ଲଞ୍ଚ୍‌ କରାଯିବ। ଫ୍ଲିପ୍‌କାର୍ଟରେ ଦିଆଯାଇଥିବା ଫୋନ୍‌ର ମାଇକ୍ରୋ ପୋଜ୍‌ରୁ ଏହାର ବିଶେଷତ୍ୱ ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ବୋଲି ଜଣାଯାଇଛି।

 

କ୍ୟାମେରା:

ଏହି ଫୋନ୍‌ରେ AI କ୍ୱାର୍ଡ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହାର ଗୋଟିଏ କ୍ୟାମେରା ଅଲଟ୍ରା ଓ୍ଵାଇଡ୍‌ ଆଙ୍ଗଲ ଲେନ୍ସ, ଦ୍ୱିତୀୟଟି ପ୍ରାଇମେରୀ ଲେନ୍ସ ଓ ମାଇକ୍ରୋ ଲେନ୍ସ ସହ ଉପଲବ୍ଧ ରହିଛି। ତେବେ ଏହି ଫୋନ୍‌ କମ୍‌ ମୂଲ୍ୟରେ ଉପଲବ୍ଧ ହେବ ବୋଲି ଜଣାଯାଇଛି। ଏହି ଫୋନ୍‌ ପାଇଁ ରିୟଲମି ‘‘The Stylish Powerhouse’’ ଟ୍ୟାଗ୍‌ଲାଇନ୍‌ ବ୍ୟବହାର କରିଛି। ଏଥିରୁ ଫୋନ୍‌ର ବ୍ୟାଟେରୀ ଦମ୍‌ଦାର ଥିବ ବୋଲି ଜଣାପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.