Realme Narzo 30A ରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ, ଜାଣନ୍ତୁ କେମିତି ଉଠାଇବେ ଅଫରର ଲାଭ

Realme ୟୁଜର୍ସଙ୍କ ପାଇଁ ଖୁସି ଖବର। କମ୍ପାନୀ ତା’ର ୟୁଜର୍ସଙ୍କ ପାଇଁ Realme Days Sale ର ଆୟୋଜନ କରିଛି। ଏହି ସେଲ୍‌ ଜୁଲାଇ ୯ ତାରିଖ ଯାଏ ଚାଲିବ। ଏହି ସେଲରେ ଆକର୍ଷଣୀୟ ଡିସକାଉଣ୍ଟ ଏବଂ ଅଫରର ଲାଭ ଉଠାଇପାରିବେ। ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଏହି ସେଲର ଲାଭ ଉଠାଇପାରିବେ। ଏହି ସେଲରେ ଆପଣଙ୍କ ମନ ପସନ୍ଦର ସ୍ମାର୍ଟଫୋନକୁ ବହୁତ କମ୍‌ ଦାମରେ କିଣିପାରିବେ। ଆଜି ବେଷ୍ଟ ଡିଲ୍‌ରେ କମ୍ପାନୀ ବଜେଟ ରେଞ୍ଜ ସ୍ମାର୍ଟଫୋନ Realme Narzo 30 A ରେ ଡିସକାଉଣ୍ଟ ଏବଂ ଅଫରର ଲାଭ ଉଠାଇପାରିବେ। ଆଉ ବହୁତ କମ୍‌ ଦାମରେ ଘରକୁ ନେଇପାରିବେ।

Narzo 30Aର 3GB + 32GB ଭାରିଆଣ୍ଟକୁ ୫୦୦ ଟଙ୍କା କମ୍‌ ଅର୍ଥାତ୍‌ ୮,୪୯୯ ଟଙ୍କାରେ କିଣିପାରିବେ। ସେହିଭଳି 4GB + 64GB ଭାରିଅଣ୍ଟର ଦାମ୍‌ 9,999 ଟଙ୍କା ରଖାଯାଇଛି। ଗ୍ରାହକ ଏହାକୁ ଲେଜର ବ୍ଲାକ୍‌ ଏବଂ ଲେଜର ବ୍ଲୁ କଲର୍‌ ଅପ୍‌ଶନରେ କିଣିପାରିବେ।

Narzo 30Aର ସ୍ପେସିଫିକେଶନ

ଡୁଆଲ ସିମ୍‌(ନାନୋ) ସପୋର୍ଟ ବାଲା Narzo 30A ଆଣ୍ଡ୍ରୋଏଡ୍‌ ୧୦ ବେସ୍‌ଡ Realme UIରେ ଚାଲିଥାଏ ଏବଂ ଏଥିରେ 6.5 ଇଞ୍ଚ୍‌ HD+ (720×1,600 ପିକ୍ସଲ) ଡିସ୍‌ପ୍ଲେ ଦିଆଯାଇଛି। ସେହିପରି ଏହାର ରିୟରରେ 13MP ପ୍ରାଇମେରୀ ସେନ୍ସର ଏବଂ ଏକ ମନୋକ୍ରୋମ ପୋଟ୍ରେଟ୍‌ ସେନ୍ସର ମହଜୁଦ ଅଛି। ସେଲ୍ଫି ପାଇଁ ଏହାର ଫ୍ରଣ୍ଟରେ 8MP କ୍ୟାମେରା ମିଳିବ। Narzo 30Aରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରିୟର ମାଉଣ୍ଟେଡ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.