ବିଦ୍ୟୁତ୍ ଆଘାତରେ ମା ଓ ଦିବ୍ୟାଙ୍ଗ ପୁଅର ମୃତ୍ୟୁ, ଟେବୁଲ ଫ୍ୟାନ୍‌ରୁ ଲାଗିଲା ଝଟ୍‌କା

ରେଢାଖୋଲ (କେନ୍ୟୁଜ୍) : ଈଶ୍ୱର ବୋଧହୁଏ ଚାହୁଁଥିଲେ ସେମାନଙ୍କୁ ଏକାଠି ରଖିବାକୁ ସେଇଥି ପାଇଁ ଏକା ସାଂଗରେ ନେଇଗଲେ । ସମ୍ବଲପୁର ଜିଲ୍ଲା ରେଢାଖୋଲ, ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗାଁରେ ଏହି ଘଟଣା ଘଟିଛି । ଯାହା ସମସ୍ତଙ୍କ ମନରେ ଗଭୀର ଆଘାତ ଦେଇଛି । ବିଦ୍ୟୁତ୍ ଆଘାତରେ ଉଭୟ ମା ଓ ପୁଅଙ୍କର ମୃତ୍ୟୁ ଘଟିଛି।

ଅସାବଧାନତା ବଶତଃ ଟେବୁଲ ଫ୍ୟାନରୁ ବିଦ୍ୟୁତ୍ ଆଘାତ ଲାଗି ଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ୬୫ ବର୍ଷ ବୟସ୍କ ଯଶୋଦା ସାହୁ ତାଙ୍କ ଦିବ୍ୟାଙ୍ଗ ପୁଅର ଏକମାତ୍ର ସାହାରା ଥିଲେ । ପୁଅ ନାଁ ହେଉଛି ସୁଶାନ୍ତ ସାହୁ I ତାଙ୍କ ବୟସ ୨୮ ବର୍ଷ ଥିଲା । ସେ ଏତେ ବୟସ୍କ ହୋଇଥିଲେ ମଧ୍ୟ ନିଜେ କୌଣସି କାମ କରିବାକୁ ସକ୍ଷମ ନଥିଲେ । ତେଣୁ ପୁଅର ସବୁ କାମ ଏଇ ବୁଢ଼ୀ ମା ହିଁ କରୁଥିଲେ ।

ପରିବାରରେ ଏହି ଦୁଇ ଜଣଙ୍କୁ ଛାଡ଼ଦେଲେ ଆଉ କେହି ନ ଥିବା ଜଣାପଡିଛି। ଚାରମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଲୋକେ ଚର୍ଚ୍ଚା କରୁଛନ୍ତି ବୋଧହୁଏ ଦୁହେଁ ଦୁହିଙ୍କୁ ଛାଡ଼ି ରହି ପାରୁନଥିଲେ ତେଣୁ ଭଗବାନ ସେମାନଙ୍କୁ ଏକା ସାଥୀରେ ନେଇଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.