୬୪ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ Realme X2 Pro ଏହି ଦିନରେ ହେବ ଲଞ୍ଚ, ଫ୍ଲିପକାର୍ଟରେ ଟିଜର ହେଲା ଜାରି

Realme X2 Pro ଭାରତୀୟ ବଜାରରେ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। କିନ୍ତୁ ଲଞ୍ଚ ପୂର୍ବରୁ ରିୟଲମି ଏହାର ଟିଜରକୁ ଫ୍ଲିପକାର୍ଟରେ ଜାରି କରିଛି। ଏହି ଟିଜରରୁ ଜଣାପଡୁଛି ଏହି ଫୋନ ୨୦ ନଭେମ୍ବରରେ ଲଞ୍ଚ କରାଯିବ। ଟିଜରରେ କେଉଁଠି ବି Realme X2 Pro ଲେଖାହୋଇନାହିଁ କିନ୍ତୁ ଅନୁମାନ ଲଗାଯାଉଛି ଯେ ଏହା Realme X2 Pro ହୋଇଥାଇପାରେ। କାରଣ ନିକଟରେ କମ୍ପାନୀ ଏହି ଫୋନକୁ ଚାଇନାରେ ଲଞ୍ଚ କରିଛି ଏବଂ କମ୍ପନୀର ସିଇଓ ମାଧବ ସେଠ କହିଥିଲେ ଯେ ବହୁତ ଜଲଦି ଏହି ଫୋନକୁ ଭାରତରେ ଲଞ୍ଚ କରାଯିବ।

realଫିଚର୍ସ

Realme X2 Proରେ ୬.୫ ଇଞ୍ଜ ଫୁଲ-HD+ (2400 x 1080 ପିକ୍ସେଲ) ସୁପର AMOLED ଡିସପ୍ଲେ ରହିଛି। ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯାଇଛି। ସୂଚନା ଅନୁଯାୟୀ ଏଥିରେ ବହୁତ ଭଲ ଟଚ୍‌ ପାଇଁ 135Hz ଟଚ୍‌ ସ୍ନାପଡ୍ରାଗନ ମଧ୍ୟ ଦିଆଯାଇଛି। ଗେମିଂ ପାଇଁ ଏଥିରେ ଲିକ୍ୱିଡ୍‌ କୁଲିଂ ଫିଚର ମଧ୍ୟ ରହିଛି। ରିୟଲମି ଏଥିରେ Dolby Atmos ସହିତ ଡୁଆଲ ଷ୍ଟେରିଓ ସ୍ପିକର ସେଟଅପ୍‌ ମଧ୍ୟ ଉପଲବ୍ଧ କରାଇଛି।

realme x2 proଫୋନରେ କ୍ୱାଡ ରିୟର କ୍ୟାମେରା ସେଟଅପ୍‌ (୪ ରିୟର କ୍ୟାମେରା) ଦିଆଯାଇଛି। ଏହି ସେଟଅପରେ ୬୪ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍‌ ଆଙ୍ଗଲ କ୍ୟାମେରା, ୧୩ ମେଗାପିକ୍ସେଲ କାଟେଲୀଫଟୋ କ୍ୟାମେରା ଏବଂ ୨ ମେଗାପିକ୍ସେଲର ଡେପଥ୍‌ କ୍ୟାମେରା ସେନସର ରହିଛି।

ଏହାସହ ପଢନ୍ତୁ : ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଲଞ୍ଚ ହେବ ପାଞ୍ଚ ରିୟର କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ, ମିଳିବ ୧୦୮ ମେଗାପିକ୍ସେଲର…

ରିୟଲମି X2 Proରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ଭଳି ଫିଚର ମଧ୍ୟ ଦିଆଯାଇଛି। ପାଓ୍ଵାର ପାଇଁ ଏଥିରେ ୪,୦୦୦ ମାହ ବ୍ୟାଟେରୀ ଦିଆଯାଇଛି। ଯାହା ୫୦W VOOC ଫାଷ୍ଟ ଚାର୍ଜିଂ ସପୋର୍ଟ କରିଥାଏ। କନେକ୍ଟିଭିଟୀ ପାଇଁ ଏଥିରେ ଡୁଆଲ ବ୍ୟାଣ୍ଡ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.