ଜେଜେଙ୍କ ପଥରେ ନାତି, ଜାଣନ୍ତୁ ଏହି ଜୁନିଅର ପିକକ୍ ମ୍ୟାନଙ୍କ ବିଷୟରେ

କଟକ(କେନ୍ୟୁଜ୍): ଦୁନିଆରେ ସମ୍ପର୍କଠାରୁ ବଡ ଆଉ କିଛି ନାହିଁ । ସେ ରକ୍ତର ହେଉ ବା ଭାବନାର । ସମ୍ପର୍କର ଡୋରିରେ ଆମେ ସମସ୍ତେ ପରସ୍ପର ସହିତ କେଉଁଠି ନା କେଉଁଠି ବାନ୍ଧି ହୋଇ ରହିଛେ । ତେବେ ଏହି ସବୁ ଭିତରେ ପଶୁ ସହିତ ମଣିଷର ସମ୍ପର୍କକୁ ନେଇ ଆମ ଇତିହାସରେ ବହୁତ କିଛି ଉଦାହରଣ ରହିଛି । ସେ କୁକୁର ହେଉ ବା ବିଲେଇ କିମ୍ବା କୌଣସି ପକ୍ଷୀ । ଘରେ ସେମାନେ ପୋଷା ଭାବେ ରହିଲେ ମଧ୍ୟ ସେମାନଙ୍କ ସହିତ ଆମର ଏକ ଅତୁଟ ବନ୍ଧନ ସୃଷ୍ଟି ହୋଇଯାଇଥାଏ । ଏମିତି ଏକ ନିଆର ସମ୍ପର୍କ ଦେଖିବାକୁ ମିଳିଛି କଟକ ନରାଜ ସ୍ଥିତ ପିକକ୍ ଭ୍ୟାଲିରେ ।

peakockଏଠାରେ ପ୍ରତିଦିନ ସକାଳେ ଦେଖିବାକୁ ମିଳେ ବନ୍ଧୁତ୍ବ,ଭଲପାଇବା ଏବଂ ମଣିଷ ପକ୍ଷୀ ଭିତରେ ଥିବା ସେହି ସୁସମ୍ପର୍କର କିଛି ଝଲକ । ସକାଳେ ହେଲେ ଏହି ପିକକ୍ ଭ୍ୟାଲିରେ ଦେଖିବାକୁ ମିଳେ ଜୁନିଅର ପିକକ୍ ମ୍ୟାନଙ୍କୁ । ତାଙ୍କରି ଡାକରେ ସେଠାରେ ଥିବା ଜଙ୍ଗଲ ଭିତରୁ କାହିଁ କେତେ ଦୁରରୁ ଚାଲି ଆସନ୍ତି ଅସଂଖ୍ୟ ମୟୁର । ତାଙ୍କ ଡାକ ଶୁଣିବା ମୟୁର ମାନେ ଯେପରି ଆସିଥାନ୍ତି ତାକୁ ଦେଖିଲେ ସମ୍ପର୍କର ପ୍ରକ୍ରୁତ ମୂଲ୍ୟକୁ ଆଜିର ସ୍ବାର୍ଥପର ସମାଜ ନିଶ୍ଚିତ ଅନୁଭବ କରିପାରିବ । ମୟୂର ମାନେ ଏହି ଜୁନିଅର ପିକକ୍ ମ୍ୟାନଙ୍କ ଡାକ ଶୁଣି ଯେପରି ଆସିଥାନ୍ତି ତାଙ୍କ କଥା ମାନି ସେଠାରୁ ମଧ୍ୟ ଚାଲିଯାଇଥାନ୍ତି ।

ଏହାସହ ପଢନ୍ତୁ:

ସାମାନ୍ୟ ଖେଳଣା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଯୁବକଙ୍କ ଅମାନବୀୟ କାଣ୍ଡ, ଶିଶୁକୁ ଓଲଟା ଲଟକାଇ ମାଡ଼ିରେ ମାଡ଼

ଏହି ପିକକ୍ ମ୍ୟାନ ଜଣଙ୍କ ପ୍ରତିଦିନ ବହୁ ସଂଖ୍ୟାକ ମୟୂର ମାନଙ୍କ ପାଇଁ ଖାଦ୍ୟ ନେଇ ଆସିଥାନ୍ତି । ବିଗତ ବହୁବର୍ଷ ଧରି ଏଭଳି ଦୃଶ୍ୟ ଏଠି ଦେଖି ଆସୁଛନ୍ତି ଲୋକେ । ପ୍ରଥମେ ଏହି ଜୁନିଅର ପିକକ୍ ମ୍ୟାନଙ୍କ ଜେଜେ ପାଣୁ ବେହେରା ମୟୂରଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ, ଆଉ ଏବେ ତାଙ୍କ ନାତି କାହ୍ନୁ ବେହେରା ପାଲଟିଛନ୍ତି ଜୁନିଅର ପିକକ୍ ମ୍ୟାନ୍‌।

୨୦୧୭ ମସିହାରେ ପାଣୁ ବେହେରାଙ୍କ ଦେହାନ୍ତ ହେବାପରେ ମୟୂରଙ୍କ ସାଥୀ ସାଜିଛନ୍ତି କାହ୍ନୁ । ପ୍ରତିଦିନ ସେ ଏଠି ମୟୂରଙ୍କୁ ଖାଇବାକୁ ଦେବା ସହ ତାଙ୍କ ସ୍ୱାସ୍ଥ୍ୟ କଥା ମଧ୍ୟ ବୁଝିଥାନ୍ତି । ଏଥିପାଇଁ ଦୈନିକ ୫ରୁ ୬ଶହ ଟଙ୍କା ଖର୍ଚ୍ଚ ହୋଇଥାଏ । ଏଠାକୁ ମୟୂର ଦେଖିବା ପାଇଁ ଆସୁଥିବା ଲୋକ କିଏ କେବେ କେବେ କିଛି ଟଙ୍କା କିମ୍ବା ଖାଦ୍ୟ ବି ଦେଇଥାନ୍ତି । ତେବେ କାନ୍ହୁଙ୍କର ଏହି ନିସ୍ବାର୍ଥପର ସେବା ଓ ଭଲପାଇବା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି ।

 

                                                                                                         କଟକରୁ ଦେବାଶିଷ ପଣ୍ଡାଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.